ଭୁବନେଶ୍ବର: ବଢିଲା ବିଜୁଳି ଦର । ଦୁଇବର୍ଷ ପରେ ବିଦ୍ୟୁତ ଦର ୟୁନିଟି ପିଛା ୨୦ ପଇସା ବଢାଇଛି ଓଇଆରସି । ଅକ୍ଟୋବର ପହିଲାରୁ ନୂଆ ବିଦ୍ୟୁତ ଦର ଲାଗୁ କରାଯିବ । ନୂଆ ବିଦ୍ୟୁତ ଦର ହେଉଛି ଘରୋଇ ଉପଭୋକ୍ତାଙ୍କ ପାଇଁ । ପ୍ରଥମ ୫୦ ୟୁନିଟି ପୂର୍ବରୁ ୨.୫୦ ପଇସା ଥିବାବେଳେ ,ଏବେ ୨.ଟଙ୍କା ୭୦ ପଇସା ହୋଇଛି ।
ବଢିଲା ବିଜୁଳି ଦର, ଜାଣନ୍ତୁ କେଉଁ ମାନେ ଦେବେ ନାହିଁ ବର୍ଦ୍ଧିତ ଦର - odisha
ବଢିଲା ବିଜୁଳି ଦର । ଦୁଇବର୍ଷ ପରେ ବିଦ୍ୟୁତ ଦର ୟୁନିଟି ପିଛା ୨୦ ପଇସା ବଢାଇଛି ଓଇଆରସି । ଅକ୍ଟୋବର ପହିଲାରୁ ନୂଆ ବିଦ୍ୟୁତ ଦର ଲାଗୁ କରାଯିବ । ଅଧିକ ପଢନ୍ତୁ...
![ବଢିଲା ବିଜୁଳି ଦର, ଜାଣନ୍ତୁ କେଉଁ ମାନେ ଦେବେ ନାହିଁ ବର୍ଦ୍ଧିତ ଦର ବଢିଲା ବିଜୁଳି ଦର, ଜାଣନ୍ତୁ କେଉଁ ମାନେ ବର୍ଦ୍ଧିତ ଦେବେ ନାହିଁ ଦର](https://etvbharatimages.akamaized.net/etvbharat/prod-images/768-512-8910773-thumbnail-3x2-dd.jpg)
ବଢିଲା ବିଜୁଳି ଦର, ଜାଣନ୍ତୁ କେଉଁ ମାନେ ବର୍ଦ୍ଧିତ ଦେବେ ନାହିଁ ଦର
ସେହିପରି ୫୦ ରୁ ୨୦୦ ୟୁନିଟି ୪ଟଙ୍କା ୩୦ ପଇସା ଥିବାବେଳେ ଏବେ ତାହା ୪.୫୦ ପଇସା ହୋଇଛି । ସେହିପରି ୨୦୦ରୁ ୪୦୦ ୟୁନିଟି ୫ଟଙ୍କା ୩୦ ପଇସା ଥିବାବେଳେ ଏବେ ୫ଟଙ୍କା ୫୦ ପଇସାରେ ପହଞ୍ଚିଛି । ସେହିପରି ୪୦୦ ୟୁନିଟି ଉପରେ ୫.୭୦ ରହିଛି । ନୂଆଦର କୃଷି ଓ ଦରିଦ୍ର ସୀମାରେଖା ତଳେ ଥିବା ପରିବାର ମାନଙ୍କ ପାଇଁ ଲାଗୁ ହେବ ନାହିଁ । ୨୦୧୭-୧୮ରେ ବିଦ୍ୟୁତ ଦର ବୃଦ୍ଧି ହୋଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ