ଭୁବନେଶ୍ବର: ପରିଚାଳନା ଓ ବ୍ୟବସାୟିକ ସଂସ୍କାର ମାଧ୍ୟମରେ ରାଜ୍ୟର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ.ପି.ଟି.ସି.ଏଲ୍, ଗ୍ରୀଡକୋ ଏବଂ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ ବ୍ୟବସ୍ଥାରେ କୋଭିଡର ପ୍ରଭାବ ଏବଂ ବର୍ତ୍ତମାନର ଆବଶ୍ୟକତା ଆଦି ବିଷୟରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି କରାଯାଇଥିବା ଭିତ୍ତିଭୂମିକୁ ପୂର୍ଣ୍ଣ ଉପଯୋଗ କରି ବିଦ୍ୟୁତ ଯୋଗାଣର ମାନ ବୃଦ୍ଧି କରିବାକୁ ଶ୍ରୀ ତ୍ରିପାଠୀ ଓ.ପି.ଟି.ସି.ଏଲ୍ ଏବଂ ବିତରକ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କୋଭିଡ ପାଇଁ 14 ପ୍ରତିଶତ କମିଛି ବିଦ୍ୟୁତ ବ୍ୟବହାର ସେ କହିଥିଲେ ଯେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିଶ୍ଚିତ କରାଗଲେ ଶିଳ୍ପାନୁଷ୍ଠାନ ମାନେ ଗ୍ରୀଡକୋରୁ ବିଦ୍ୟୁତ କିଣିବେ । ନିଜସ୍ୱ ପାୱାର ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ ଅପେକ୍ଷା ଏହା ସେମାନଙ୍କୁ ଅଧିକ ଶସ୍ତା ଓ ସୁବିଧାଜନକ ହେବ । ଗ୍ରୀଡକୋରୁ ବିଦ୍ୟୁତ ନେବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଶିଳ୍ପାନୁଷ୍ଠାନମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶିଳ୍ପ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କୋଭିଡ ପାଇଁ 14 ପ୍ରତିଶତ କମିଛି ବିଦ୍ୟୁତ ବ୍ୟବହାର ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ଥିତି ବିଷୟରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ରୋତରୁ ୭.୧୫ ଜିଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଛି । ସରକାରଙ୍କ ଲଗାତାର ସାହାଯ୍ୟ ଫଳରେ ବିଦ୍ୟୁତ ଭିତ୍ତିଭୂମିରେ ବ୍ୟାପକ ସଂପ୍ରସାରଣ ହୋଇଛି । ରାଜ୍ୟରେ ଗ୍ରୀଡ୍ ଏବଂ ୩୩/୧୧ କେ.ଭି. ସବଷ୍ଟେସନ୍ ସଂଙ୍ଖ୍ୟା ଯଥାକ୍ରମେ୧୫୬ ଏବଂ ୯୧୯ କୁ ବୃଦ୍ଧି ପାଇଛି । ଏଚ୍.ଟି.ଲାଇନ୍ ୧,୫୮,୪୪୫ କି.ମି. ଏବଂ ଏଲ୍.ଟି. ଲାଇନ୍ ୧,୮୪,୦୧୦ କି.ମି. କୁ ସଂପ୍ରସାରଣ କରାଯାଇଛି ଗ୍ରାହକଙ୍କ ସଂଙ୍ଖ୍ୟା ୮୯ ଲକ୍ଷକୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟର ମାନ୍ୟତା ହାସଲ କରିଛି । ବାହାର ରାଜ୍ୟକୁ ବିକ୍ରି କରିବା ପାଇଁ ବାର୍ଷିକ ପ୍ରାୟ ୧୦୦୦ ମେଗାୱାଟ୍ ବଳକା ବିଦ୍ୟୁତ ଓଡ଼ିଶା ପାଖରେ ଅଛି
ସମୀକ୍ଷାରୁ ଜଣାପଡିଥିଲା ଯେ କୋଭିଡ୍ -୧୯ ସଟ୍ଡ଼ାଉନ୍ ଓ ଳକଡ଼ାଉନ୍ ଆଦି ଯୋଗୁଁ ବିଦ୍ୟୁତ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ ବିଦ୍ୟୁତ ଚାହିଦା ଓ ବିକ୍ରୀ ଶତକଡା ୧୪ ଭାଗ କମିଛି । ସେହିପରି ଶିଳ୍ପାନୁଷ୍ଠାନ ମାନଙ୍କର ନିଜସ୍ୱ କାପଟିଭ୍ ବିଦ୍ୟୁତ ଉତ୍ପାଦନ ଓ ବ୍ୟବହାର ମଧ୍ୟ ଏପ୍ରିଲ୍ ଓ ମେ ମାସରେ ଯଥାକ୍ରମେ ଶତକଡା ୨୫ ଓ ୧୨ ଭାଗ କମିଛି ।
ଚାହିଦା କମ ଥିବାରୁ ଗ୍ରୀଡ଼କୋର ରାଜସ୍ୱ କମିଥିବା ବେଳେ ପାୱାର ସଂଗ୍ରହ ବୁଝାମଣା ଅନୁସାରେ ଗ୍ରୀଡ଼କୋଙ୍କୁ ନିର୍ଦ୍ଧାରିତ ରାଶି ଶକ୍ତି ଉତ୍ପାଦନକାରୀ ପ୍ଲାଣ୍ଟ୍ ମାନଙ୍କୁ ଦେବାକୁ ହେଉଛି ।
କୋଭିଡ ପାଇଁ 14 ପ୍ରତିଶତ କମିଛି ବିଦ୍ୟୁତ ବ୍ୟବହାର ବିଦ୍ୟୁତ ଏକ ଗୁରୁତ୍ୱପୂର୍ଣ୍ଣ ମୌଳିକ ଆବଶ୍ୟକତା ହୋଇଥିବାରୁ ଗ୍ରୀଡ଼କୋଙ୍କୁ ଆବଶ୍ୟକୀୟ ଆର୍ଥିକ ଗ୍ୟାରେଣ୍ଟି ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ବିତରକ କମ୍ପାନୀମାନେ ଚଳିତ ବର୍ଷ ମଧ୍ୟରେ ନିଜ ନିଜର ବିଲ୍ ବଣ୍ଟନ ଏବଂ ଦେୟ ଆଦାୟର ଶତକଡା ୯୮ ଭାଗ ହାସଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ବିଶେଷତଃ ସାମୁଦାୟିକ ବୈଷୟିକ ଏବଂ ବ୍ୟବସାୟିକ (ଏ.ଟି. ଆଣ୍ଡ ସି.) କ୍ଷତି କମାଇବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଥିଲେ । ବିଗତ ବର୍ଷମାନଙ୍କ ମଧ୍ୟରେ ଏହି କ୍ଷତି ଶତକଡା ୫୭ ରୁ ଶତକଡା ୩୦ ଭାଗକୁ କମାଯାଇ ପାରିଛି । ଶତକଡା ୧ ଭାଗ ଏ.ଟି.ଆଣ୍ଡ ସି. କ୍ଷତି କମିଲେ ୧୩୦ କୋଟି ଟଙ୍କାର ରାଜସ୍ୱ ଅଧିକ ମିଳିବ । ତେଣୁ ଓ.ପି.ଟି.ସି.ଏଲ୍, ଗ୍ରୀଡ଼କୋ ଏବଂ ବିତରକ କଂପାନୀମାନେ ମିଳିତ ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ମାଧ୍ୟମରେ ଏହି କ୍ଷତିକୁ ୧୫ % ପର୍ଯ୍ୟନ୍ତ କମାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ନୂତନ ବୈଷୟିକ କୌଶଳ ଗୁଡିକ ମାଧ୍ୟମରେ ନିଜର ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ବୁଦ୍ୟୁତ୍ କମ୍ପାନୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ