ଭୁବନେଶ୍ବର: ସରିଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ। ଆରମ୍ଭ ହେଲା ନିର୍ବାଚନୀ ପ୍ରଚାର। ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ। ଘର ଘର ବୁଲି ପ୍ରଚାରକରିବା ସହିତ ସାଧାରଣ ସଭା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ସମସ୍ତ ପ୍ରାର୍ଥୀ। ଆଉ ପୋଷ୍ଟର,ବ୍ୟାନର ଓ ହୋର୍ଡ଼ିଂସ ବିନା ପ୍ରଚାର କାର୍ଯ୍ୟକ୍ରମ କେମିିତି ବା ସମ୍ଭବପର। ସବୁ ରାଜନୈତିକ ଦଳର ପ୍ରାର୍ଥୀମାନେ ଏହାର ସାହାରା ନେବା ସହ ସରକାରୀ ନିୟମର ବ୍ୟୟ ବରାଦକୁ ଅତିକ୍ରମ କରି ଯଥେଷ୍ଟ ପ୍ରଚାର ସାମଗ୍ରୀ କିଣିବାରେ ବ୍ୟସ୍ତ ସମସ୍ତ ପାର୍ଟି।
ତେବେ ବିଜେପିର ଦଳୀୟ ପ୍ରଚାର ଅତି ଉଚ୍ଚକୋଟିର। ବିକାଶର ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ। ଏହାସହ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଧାର୍ଯ୍ୟ ନୀତି ନିୟମ ଓ ଖର୍ଚ୍ଚ ସୀମା ଭିତରେ ପ୍ରଚାର କରାଯିବା ନେଇ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି। ସେହିପରି ୧୯ ବର୍ଷ ଧରି ରାଜ୍ୟବାସୀଙ୍କ ସହ କାମ କରି ଆସୁଛି ବିଜୁ ଜନତା ଦଳ। ଚଳିତ ବର୍ଷ ଦଳ ବିକାଶର ବାର୍ତ୍ତା ନେଇ ବ୍ୟାନର ,ହୋର୍ଡିଙ୍ଗ ମାଧ୍ୟମରେ ଦଳୀୟ ପ୍ରଚାରକୁ ସୀମିତ ରଖିବ ବୋଲି ବିଜେଡି ମୁଖପାତ୍ର ଡ଼ ସସ୍ମିତ ପାତ୍ର କହିଛନ୍ତି ।