ଭୁବନେଶ୍ବର:୨୦୨୪ ସାଧରଣ ନିର୍ବାଚନକୁ ନେଇ ବର୍ତ୍ତମାନ ପ୍ରମୁଖ ରାଜନୈତିକ ଦଳ ଘନଘନ ବୈଠକ କରୁଛନ୍ତି । ହେଲେ ଏ କ୍ଷେତ୍ରରେ ପଛରେ ପଡ଼ି ଯାଇଛି ବିଜେପି । ବିଜେଡି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ, ମନ୍ତ୍ରୀମଣ୍ଡଳ ବୈଠକ କରାଯାଉଛି । ସେପଟେ କଂଗ୍ରେସ ମଧ୍ୟ ଜିଲ୍ଲା ସ୍ତରରେ ବୈଠକ ସହ ସମୀକ୍ଷା ବୈଠକ କରି ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
ଏହାକୁ ନେଇ ଉତ୍ତର ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି ଯେ, "ରାଜନୈତିକ ଦଳ ପାଇଁ ନିର୍ବାଚନ ହେଉଛି ପରୀକ୍ଷା, ଏ ପରୀକ୍ଷା ଦେବା ପାଇଁ ଆମେ ପ୍ରସ୍ତୁତି କରୁଛୁ । ୨୦୨୪ ସାଧାରଣ ନିର୍ବାଚନରେ ୧୨୦ ଆସନ ଅକ୍ତିଆର ହେଉଛି ଆମର ଲକ୍ଷ୍ୟ । ବିରୋଧୀ ଦଳର ଭାବରେ ଜନସାଧାରଣ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ଆମେ ତୁଲାଇଛୁ । ଆଗାମୀ ଦିନରେ ବିଜେପି ରଣନୀତି ପ୍ରସ୍ତୁତ କରି ଏ ସରକାରର ଯେଉଁ କପିପେଷ୍ଟ ନୀତି କରୁଛି, ତାହା ଲୋକଙ୍କ ପାଖରେ ଉଜାଗର କରାଇବୁ ।"