ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାକୁ ପଠା ଯାଉଛି ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ । ପ୍ରତି ଜିଲ୍ଲାକୁ ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ଫର୍ମ ଓ ମାନୁଆଲ ପଠା ଯାଇଛି । ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ସିଲ ଓ ପଞ୍ଚାୟତ ମାନୁଆଲ ଭଳି ସାମଗ୍ରୀ ଏଥିରେ ସାମିଲ ରହିଛି ।
Panchayat Election preparation: ପ୍ରତି ଜିଲ୍ଲାକୁ ଗଲା ନିର୍ବାଚନୀ ସାମଗ୍ରୀ - ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି
ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାକୁ ପଠା ଯାଉଛି ପଞ୍ଚାୟତ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ । ଅଧିକ ପଢ଼ନ୍ତୁ
Panchayat Election preparation: ପ୍ରତି ଜିଲ୍ଲାକୁ ଗଲା ନିର୍ବାଚନୀ ସାମଗ୍ରୀ
୭ ପ୍ରକାର ସିଲ୍ ପଠାଯାଇଛି । ଯାହାକୁ ପ୍ରିଜାଇଡିଂ ଅଫିସର ଠୁ ଆରମ୍ଭ କରି ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ବ୍ୟବହାର କରିବେ । ପ୍ରତି ବୁଥକୁ ଦୁଇଟି କାଳି ହିସାବ କରି ଦିଆଯାଉଛି । ଆଜି(ବୁଧବାର) ଆରମ୍ଭ କରି ୩ ଦିନ ଏହି ସାମଗ୍ରୀ ପଠାଯିବ ।
ଆଲଫାବେଟିକାଲି ଆଜି(ବୁଧବାର) ୧୦ଟି ଜିଲ୍ଲାକୁ ନିର୍ବାଚନ ସାମଗ୍ରୀ ଯୋଗାଇ ଦିଆଯାଇଛି । ପୂର୍ବରୁ ବ୍ୟାଲଟ ବାକ୍ସ ସହ ନିର୍ବାଚନ ସମ୍ପର୍କିତ କାଗଜପତ୍ର ପଠାଯାଇଥିଲା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Jan 5, 2022, 10:40 PM IST