ଓଡିଶା

odisha

By

Published : Mar 27, 2019, 11:57 PM IST

ETV Bharat / city

ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ, ନାକଚ ହେଲା 46 ପ୍ରାର୍ଥୀପତ୍ର

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ବିଧାନସଭା ପାଇଁ ଦାଖଲ ହୋଇଥିଲା ୨୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର । ତେବେ ଯାଞ୍ଚ ପରେ ବିଭିନ୍ନ କାରଣରୁ ନାକଚ ହୋଇଛି ୩୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ବିଧାନସଭା ପାଇଁ ଦାଖଲ ହୋଇଥିଲା ୨୯୯ ପ୍ରାର୍ଥୀଙ୍କ ନାମାଙ୍କନପତ୍ର । ତେବେ ଯାଞ୍ଚ ପରେ ବିଭିନ୍ନ କାରଣରୁ ନାକଚ ହୋଇଛି ୩୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର । ସେହିପରି ଲୋକସଭା ପାଇଁ ଦାଖଲ ହୋଇଥିଲା ୪୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର । ସେଗୁଡ଼ିକର ଯାଞ୍ଚ ପରେ ବିଭିନ୍ନ କାରଣରୁ ୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ତେବେ ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୧ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ତେବେ ଆସନ୍ତା 29 ତାରିଖରେପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details