ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ବୈଠକ କଲେ ରାଜ୍ୟ ନିର୍ବାଚନ କମିଶନ। ଚୁଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି କମିଶନ। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି। ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେ ନାହିଁ ବୋଲି କହିଛନ୍ତି ନିର୍ବାଚନ କମିଶନ।
Panchayat Election: ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ ୧୪ ତାରିଖ ସନ୍ଧ୍ୟା ୭ ଟା ପରେ ଅନ୍ୟ ଅଞ୍ଚଳର ଲୋକ ସ୍ଥାନୀୟ ଅଞ୍ଚଳରେ ରହି ପାରିବେ ନାହିଁ । ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପ୍ରଚାର ଗୀତ ବଜାଇବାକୁ ବାରଣ କରାଯାଇଛି ।
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ୧୬ ତାରିଖରେ ହେବାକୁ ଥିବା ବେଳେ ୩୦ ଜିଲ୍ଲା ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ,୧୬୬୯ ପଞ୍ଚାୟତ, ୨୨ ହଜାର ୩୭୯ ୱାର୍ଡ ମେମ୍ବର୍ ପାଇଁ ପଡିବ ଭୋଟ । ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ । ଏବା ପୂର୍ବରୁ ବୁଥକୁ ପୋଲିଂ ଅଧିକାରୀ ମାନେ ୧୪ ତାରିଖ ଓ ୧୫ ତାରିଖ ଯିବେ। କେତେ ସମ୍ବେଦନଶୀଳ ବୁଥ ଚିହ୍ନଟ ଚାଲିଛି। ସେହି ସବୁ ବୁଥରେ ଅଧିକ ପୋଲିସ ରହିବେ ଓ ଭିଡିଓଗ୍ରାଫି କରାଯିବ। ଷ୍ଟ୍ରଙ୍ଗରୁମରେ ସିସିଟିଭି ରଖାଯିବା ନେଇ କହିଛନ୍ତି ନିର୍ବାଚନ କମିଶନ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ