ଭୁବନେଶ୍ବର: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। 6 ମାସ ଧରି ଚାଲିଥିବା ଦେଶର ଏହି ଉତ୍ସବ ପାଇଁ ଚାଲିଥିଲା ବ୍ୟାପକ ପ୍ରସ୍ତୁତି। ତେବେ ଫଳାଫଳ ଘୋଷଣା ପରେ ଏଥିରେ ପୂର୍ଣ୍ଣଛେଦ ପଡିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଫଳ ଘୋଷଣା କରିଛନ୍ତି।
ଲୋକସଭା ଆସନରେ ବିଜେଡିକୁ 12ଟି, ବିଜେପିକୁ 8ଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ସେହିପରି ବିଧାନସଭା ନିର୍ବାଚନ ଫଳାଫଳରେ ବିଜେଡି 112ଟି, ବିଜେପି 23ଟି, କଂଗ୍ରେସ 9ଟି, ସିପିଆଇଏମ ଗୋଟିଏ ଓ ସ୍ବାଧିନରେ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏଥିସହ ଶାନ୍ତି ଶୃଙ୍ଖଳାର ସହିତ ପ୍ରକ୍ରିୟା ଶେଷ ହୋଇଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।