ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ପୌର ନିର୍ବାଚନ ଭୋଟ ଗଣତି ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶନିବାର ସକାଳ 8ଟାରୁ ରାଜ୍ୟର 108 ପୌରଞ୍ଚଳରେ ଭୋଟ ଗଣତି ହେବ । ଧାମନଗର NACର 6 ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଭୋଟ ଗଣତି ହେବ ନାହିଁ । ଗଣତି ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଏହାକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି । 58ଟି ବିଜ୍ଞାପିତ ଅଂଚଳ, 47 ପୌର ପରିଷଦ ଏବଂ 3ଟି ମହାନଗର ନିଗମରେ ଭୋଟ ଗଣତି ହେବ । ପ୍ରତି ବିଜ୍ଞାପିତ ପରିଷଦର ଗଣତି କେନ୍ଦ୍ରରେ 2ଟି ଟେବୁଲ, ପୌର ପରିଷଦରେ 5ଟି ଟେବୁଲ ଏବଂ ମହାନଗର ନିଗମରେ 12ଟି ଟେବୁଲରେ ଭୋଟ ଗଣତି କରାଯିବ । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି । ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେବ ।