ଓଡିଶା

odisha

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ୩ରେ ଭୋଟ ଗଣତି

By

Published : Sep 4, 2021, 1:28 PM IST

Updated : Sep 4, 2021, 6:13 PM IST

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ
ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

18:12 September 04

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ୩ରେ ଭୋଟ ଗଣତି

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ୩ରେ ଭୋଟ ଗଣତି

13:17 September 04

ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ସୂଚନା ଦେଲେ ନିର୍ବାଚନ ଆୟୋଗ ।

ବାଜିଲା ପିପିଲି ଉପନିର୍ବାଚନ ବିଗୁଲ

ଭୁବନେଶ୍ବର:ସବୁ ଚର୍ଚ୍ଚା ଓ ତର୍ଜମାର ଅବସାନ । ଫିଟିଲା ପିପିଲି ଉପ-ନିର୍ବାଚନ ନେଇ ବାଟ । ନିର୍ବାଚନ ନେଇ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ । ସେପ୍ଟେମ୍ଟର 30ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ । ୩ ଅକ୍ଟୋବରରେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ଆସନ୍ତା 30 ତାରିଖରେ ବନ୍ଦ ରହିଥିବା ଉପନିର୍ବାଚନ ହେବ । ଓଡ଼ିଶାର ପିପିଲି ସମେତ ପଶ୍ଚିମବଙ୍ଗ ଭବାନୀପୁର, ସମଶେର ଜଙ୍ଗ ଏବଂ ଯାଜ୍ଞିପୁର ବିଧାନସଭା ଆସନ ପାଇଁ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ଆଜି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ତେବେ ନିର୍ବାଚନ ନେଇ ଗାଇଡଲାଇନ ଜାରି କରାଯାଇଛି । କୋଭିଡ କଟକଣାରେ ହେବ ପିପିଲି ଉପନିର୍ବାଚନ ପ୍ରଚାର । ପ୍ରଚାର ବେଳେ ପ୍ରାର୍ଥୀ କରିପାରିବେନି ରୋଡ-ଶୋ’ । ସର୍ବାଧିକ 50 ଜଣଙ୍କୁ ନେଇ ପଥପ୍ରାନ୍ତ ସଭା ହୋଇପାରିବ । ଇନ୍‌ଡୋର ସଭାରେ ସର୍ବାଧିକ 2 ଶହ ଲୋକଙ୍କୁ ଅନୁମତି । ଘରକୁ ଘର ପ୍ରଚାରରେ ସାମିଲ ହେବେ ସର୍ବାଧିକ 5 ଜଣ । ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀଙ୍କ ପାଇଁ ଡବଲ ଡୋଜ୍ ଟିକା ବାଧ୍ୟତାମୂଳକ କରାଯାଇଛି । ମତଦାନର 72 ଘଣ୍ଟା ପୂର୍ବରୁ ବନ୍ଦ ହେବ ନିର୍ବାଚନ ପ୍ରଚାର ।

କୋରୋନା ମହାମାରୀ ସମୟରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଥିଲେ । ଅଗଷ୍ଟ 30 ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଥିଲା । ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । ପରବର୍ତ୍ତୀ ସମୟରେ ଏକାଧିକ ଥର ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଛି । ପ୍ରାର୍ଥୀ ଘୋଷଣା ସହ ପ୍ରଚାର, ପ୍ରସାର ମଧ୍ୟ ଜୋରସୋର କରିଥିଲେ ବିଭିନ୍ନ ରାଜନୈତିକ ଦଳ । କିନ୍ତୁ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା ।

ଫଳରେ ନିର୍ବାଚନର ନେଇ ସାନି ତାରିଖ ଘୋଷଣା କରିଥିଲେ କମିଶନ । ପରବର୍ତ୍ତୀ ସମୟରେ କୋଭିଡର ଦ୍ବିତୀୟ ଲହରୀ ପ୍ରଭାବ ଜୋରଦାର ହୋଇଥିଲା । ଦେଶର ବିଭିନ୍ନ ରାଜ୍ୟରେ ସାଧାରଣ ନିର୍ବାଚନ ଯୋଗୁଁ ସଂକ୍ରମଣ ବଢିଥିବା ନେଇ ଅଭିଯୋଗ ଆସିଲା । ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟକୁ ଗଲା । ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ କୋର୍ଟ । ଏହାସହ ଦେଶ ଓ ରାଜ୍ୟରେ ତାଲାବନ୍ଦ ଘୋଷଣା କରିଥିଲେ ସରକାର । ଫଳରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଦେଶରେ ସାଧାରଣ ନିର୍ବାଚନ ଓ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 4, 2021, 6:13 PM IST

ABOUT THE AUTHOR

...view details