ବିଧାନସଭାରେ ଅଚଳାବସ୍ଥା ହଟିଲା। ସାଧାରଣ ବଜେଟ ଉପରେ ଆରମ୍ଭ ହେଲା ଆଲୋଚନା । ସର୍ବଦଳୀୟ ବୈଠକ ପରେ ଗୃହରେ ବିବୃତ୍ତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
ନକଲି ଚାଷୀଙ୍କ ବିରୋଧରେ ହେବ ଫୌଜଦାରୀ ମାମଲା; ଶନିବାର 10.30 ଗୃହ ମୁଲତବୀ
17:44 February 26
ଗୃହରୁ ହଟିଲା ଅଚଳାବସ୍ଥା, ଆରମ୍ଭ ହେଲା ବଜେଟ ଆଲୋଚନା
17:15 February 26
ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବେ ସରକାର, ନକଲି ଚାଷୀଙ୍କ ବିରୋଧରେ ହେବ ଫୌଜଦାରୀ ମାମଲା
ଯୋଗାଣ ମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ଯେଉଁମାନେ ପ୍ରକୃତ ଚାଷୀ ସେମାନଙ୍କ ଧାନ କିଣିବେ ସରକାର । ନକଲି ଚାଷୀଙ୍କ ବିରୋଧରେ ହେବ ଫୌଜଦାରୀ ମାମଲା। ଏନେଇ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ମଣ୍ଡି ସମସ୍ୟା ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
16:44 February 26
20 ମିନିଟ ଗୃହ ମୁଲତବୀ
ଗୃହରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟ୍ୟରେ ବାଚସ୍ପତି ଗୃହ 20 ମିନିଟ ପାଇଁ ମୁଲତବୀ ଘୋଷଣା କରିଛନ୍ତି । 5 ଟା 04 ପର୍ଯ୍ୟନ୍ତ ଗୃହ ମୁଲତବୀ କରାଯାଇଛି ।
16:22 February 26
ଧାନକିଣାକୁ ନେଇ ଧାରଣାରେ ବିରୋଧୀଦଳ ନେତା
ଧାନ କିଣା ଅବ୍ୟବସ୍ଥା ନେଇ ଅଚଳାବସ୍ଥା ଜାରି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣାରେ ବସିଛନ୍ତି ।
16:21 February 26
ଆରମ୍ଭ ହେଲା ଗୃହ କାର୍ଯ୍ୟ
ଅପରାହ୍ନରେ ଆରମ୍ଭ ହେଲା ଗୃହ କାର୍ଯ୍ୟ ,ବଜେଟ ଉପରେ ଚାଲିଛି ଆଲୋଚନା ।
12:55 February 26
ଗୃହ 4 ଟା ଯାଏ ମୁଲତବୀ
ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ହୋହଲ୍ଲା ଜାରି। ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି ।
12:45 February 26
ଚତୁର୍ଥ ଥର ପାଇଁ ଗୃହକୁ 10 ମିନିଟ ମୁଲତବୀ ରଖିଲେ ଉପବାଚସ୍ପତି
ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ହୋହଲ୍ଲା ଜାରି। ବାରମ୍ବାର ଗୃହ ମୁଲତବୀ । ଚତୁର୍ଥ ଥର ପାଇଁ ଗୃହକୁ 10 ମିନିଟ ମୁଲତବୀ ରଖିଲେ ଉପବାଚସ୍ପତି ।
12:23 February 26
ପୁଣି ଗୃହ 10 ମିନିଟ୍ ମୁଲତବୀ
ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ହୋହଲ୍ଲା । ସରକାରଙ୍କୁ ଘେରିଲେ ବିରୋଧୀ । ପ୍ରଥମେ 10 ମିନିଟ, ପରେ ପୁଣି 10 ମିନିଟ୍ ଓ ଏବେ ଆଉ 10 ମିନିଟ୍ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ଉପ ବାଚସ୍ପତି ।
12:14 February 26
10 ମିନିଟ ଯାଏ ଗୃହ ମୁଲତବୀ
ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ହୋହଲ୍ଲା । ସରକାରଙ୍କୁ ଘେରିଲେ ବିରୋଧୀ । 10 ମିନିଟ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ଉପ ବାଚସ୍ପତି ।
12:13 February 26
ବିଧାନସଭାରେ ପୁଣି ଉଠିଲା ଧାନମଣ୍ଡି ପ୍ରସଙ୍ଗ । ଧାନମଣ୍ଡି ପ୍ରସଙ୍ଗରେ ଗୃହରେ ମଧ୍ୟଭାଗରେ ବସିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
11:58 February 26
ମଣ୍ଡିରୁ ଧାନ ଉଠାଅ, ନଚେତ ଆତ୍ମହତ୍ୟା କରିବି
ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକଙ୍କ ହୋହଲ୍ଲା । ମଣ୍ଡିରୁ ତୁରନ୍ତ ଧାନ ନ ଉଠେଇଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ।
11:41 February 26
ଏଏନଏମ ପ୍ରସଙ୍ଗରେ ବିବୃତି ରଖୁଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ
ପ୍ରଶ୍ନକାଳ ପରେ ଗୃହରେ ଶୂନ୍ୟକାଳ ଆରମ୍ଭ । ଏଏନଏମ ପ୍ରସଙ୍ଗରେ ବିବୃତି ରଖୁଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସର୍ତ୍ତାବଳୀ ନିଯୁକ୍ତି ଦିଆଯାଇଥିଲା । ଆନ୍ଦୋଳନରତ ଏଏନଏମ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । 1099 ପଦବୀ ଖାଲି ରହିଛି ବୋଲି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ।
11:09 February 26
ଗୃହରେ ମନ୍ତ୍ରୀଙ୍କ ଉତ୍ତର, ବାଲି ଚୋରା ଚାଲାଣ ନେଇ 144ଟି ସମ୍ବେଦନଶୀଳ ତହସିଲ ରହିଛି । ଯାହା ଉପରେ ସରକାର ନଜର ରଖିଛନ୍ତି । ଚୋରା ଚାଲାଣ ରୋକିବାକୁ ସ୍କ୍ବାର୍ଡ ଗଠନ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ଦେଲେ ସୂଚନା । ସେଠାରେ ଅତିରିକ୍ତ ଆରଆଇ ଓ ଅମିନ ନିଯୁକ୍ତି କରାଯାଇଛି । ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ ।
10:45 February 26
ସେପଟେ ବାଲିନୀତିକୁ ତର୍ଜମା କରୁଛୁ । ରାଜ୍ୟର ବାର୍ଷିକ ଚାହିଦା ସ୍ଥିର ହୋଇନାହିଁ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି । ଏଯାବତ ବିଦେଶକୁ ବାଲି ଚାଲାଣ ହେଉନାହିଁ । କେବଳ ଦୁଇ ତିନିଟି ରାଜ୍ୟକୁ ଦିଆଯାଉଛି । ବାଲିର ମୂଲ୍ୟ ନିର୍ଦ୍ଧାରଣ କରାଯାଇନି । ଘାଟ ନିଲାମ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।
10:44 February 26
ପ୍ରଶ୍ନକାଳ ଆରମ୍ଭରୁ ବାଲିନୀତି ଉପରେ ଚାଲିଛି ଆଲୋଚନା । ଏହି ନୀତି କାର୍ଯ୍ୟ କରିବା ପାଇଁ 2018ମସିହାରେ ବୈଠକ ବସିଥିବାବେଳେ ଏଯାଏ କୌଣସି ତର୍ଜମା ହୋଇନାହିଁ । ଏହାସହ ବାଲି ଚୋରି ହେଉଥିବାର ଅଭିଯୋଗ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେହିପରି ବାଲି ବାବଦରେ ସରକାର 1500କୋଟି ପାଉଛନ୍ତି । ଚୋରି ହେଉଥିବାରୁ 4ରୁ 5ହଜାର କୋଟି ହରାଉଛି ରାଜ୍ୟ ବୋଲି ସେ କହିଛନ୍ତି ।
10:25 February 26
ବଜେଟ ଅଧିବେଶନ, ପ୍ରଶ୍ନକାଳ ଆରମ୍ଭ
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ଅଷ୍ଟମ ଦିବସର ଗୃହକାର୍ଯ୍ୟ ଆରମ୍ଭ । ଚାଲିଛି ପ୍ରଶ୍ନକାଳ । ବିଧାୟକଙ୍କ ବିଭିନ୍ନ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ।