ଭୁବନେଶ୍ବର : ରାଜଧାନୀରେ ବଢିଲା କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ବିଏମସି ନର୍ଥ ଜୋନ ପକ୍ଷରୁ ପୁଣି ଏକ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଡମଣା ସ୍ଥିତ କ୍ଲବ ଟାଉନ ଆପାର୍ଟମେଣ୍ଟର 5/607 ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ତେବେ ,ଏହି କଟକଣା ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ବିଏମସି ନର୍ଥ ଜୋନ ଡେପୁଟି କମିଶନର ପୁରନ୍ଦର ନନ୍ଦ।
Covid Surge Hits In Odisha : ରାଜଧାନୀରେ ଦିନକରେ ୮ କଣ୍ଟେନମେଣ୍ଚ ଜୋନ ଘୋଷଣା - ଓଡିଶା କୋଭିଡ ନ୍ୟୁଜ
ରାଜଧାନୀରେ ବଢିଲା କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ବିଏମସି ନର୍ଥ ଜୋନ ପକ୍ଷରୁ ପୁଣି ଏକ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ
![Covid Surge Hits In Odisha : ରାଜଧାନୀରେ ଦିନକରେ ୮ କଣ୍ଟେନମେଣ୍ଚ ଜୋନ ଘୋଷଣା Covid Surge Hits In Odisha : ରାଜଧାନୀରେ ଦିନକରେ ୮ କଣ୍ଟେନମେଣ୍ଚ ଜୋନ ଘୋଷଣା](https://etvbharatimages.akamaized.net/etvbharat/prod-images/768-512-14141085-thumbnail-3x2-k.jpg)
Covid Surge Hits In Odisha : ରାଜଧାନୀରେ ଦିନକରେ ୮ କଣ୍ଟେନମେଣ୍ଚ ଜୋନ ଘୋଷଣା
ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଆଜି (ରବିବାର) ଗୋଟିଏ ଦିନରେ 8 ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସକାଳ ସମୟରେ 7 ଟି ସ୍ଥାନାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବାବେଳେ ଅପରାହ୍ନରେ ଆଉ ଗୋଟିଏ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦିନକୁ ଦିନ ଖୋର୍ଦ୍ଧାରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବାବେଳେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ ନାହିଁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ