ଓଡିଶା

odisha

ETV Bharat / city

ଅଷ୍ଟମ ଦିନରେ ଖଣ୍ଡଗିରି ମେଳା - ଭୁବନେଶ୍ବର ଖଣ୍ଡଗିରି ମେଳା

ଖଣ୍ଡଗିରି ମେଳାରେ ସାଧୁସନ୍ଥଙ୍କ ସମ୍ମିଳନୀର ଭଜନ କିର୍ତ୍ତନରେ ପ୍ରକମ୍ପିତ ପରିବେଶ । ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ମେଳା ଆଉ ଦିନକ ପରେ ଅର୍ଥାତ ଶନିବାର ଶେଷ ହେବ। ଅଧିକ ପଢନ୍ତୁ...

bhubaneswar
ଅଷ୍ଟମ ଦିନରେ ଖଣ୍ଡଗିରି ମେଳା,ଆସନ୍ତାକାଲି ଶେଷ ଦିନ

By

Published : Feb 26, 2021, 10:39 PM IST

ଭୁବନେଶ୍ବର:ଅଷ୍ଟମ ଦିନରେ ଖଣ୍ଡଗିରି ମେଳା । ସାଧୁସନ୍ଥଙ୍କ ସମ୍ମିଳନୀର ଭଜନ କିର୍ତ୍ତନରେ ପ୍ରକମ୍ପିତ ପରିବେଶ । ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ମେଳା ଆଉ ଦିନକ ପରେ ଅର୍ଥାତ ଶନିବାର ଶେଷ ହେବ। ଚଳିତ ବର୍ଷ କୋଭିଡ କଟକଣା ଭିତରେ ପରମ୍ପରା ରକ୍ଷାକୁ ନେଇ ମେଳାର ଆୟୋଜନ କରାଯାଇଥିଲା ।

ଅଷ୍ଟମ ଦିନରେ ଖଣ୍ଡଗିରି ମେଳା,ଆସନ୍ତାକାଲି ଶେଷ ଦିନ

ଶୁକ୍ରବାର ଅଷ୍ଟମୀ ଦିନ ହୋଇଥିବା ବେଳେ କୁମ୍ଭ ମେଳାରେ ସାଧୁସନ୍ଥ ସମ୍ମିଳନୀ ହୋଇଯାଇଛି । ଏଥିରେ ୩୦୦ ସଂଗଠନର ସାଧୁସନ୍ଥ ମାନେ ଯୋଗ ଦେଇଥିଲେ କାନ୍ଧରେ ନିଜ ନିଜ ଗୁରୁଙ୍କୁ ଧରି ସାଧୁମାନେ ଆରାଧନା କରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ହରିବୋଲ,ହୁଳହୁଳି ଓ ଘଣ୍ଟଘଣ୍ଟାରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ଶନିବାର ସରିବ ଐତିହାସିକ କୁମ୍ଭମେଳା। ଶନିବାର ସବୁ ଯଜ୍ଞରେ ପୂର୍ଣ୍ଣାହୁତି ପରେ ଏହି କୁମ୍ଭ ମେଳାରୁ ଫେରିଯିବେ ସାଧୁ । ଆଜି ଅଷ୍ଟମ ଦିନରେ ସାଧୁସନ୍ଥ ସମ୍ମିଳନୀ କରାଜିଥିବା ବେଳେ ୩୦୦ ସହ ସାଧୁସନ୍ଥ ଏଠାରେ ଏକାଠି ହୋଇଥିଲେ ।ଆଉ ସବୁଦିନ ପରି ପରି ଆଜି ସକାଳ ଓ ଅପରାହ୍ନ ପୂଜା ପରେ ସାଧୁମାନେ ଯଂଗ୍ୟରେ ଆହୁତି ଦେଇଥିଲେ । ସାଧୁସନ୍ଥ ସମ୍ମିଳନୀ ଆଜିର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ହରିବୋଲ ଘଣ୍ଟ ଘଣ୍ଟା ଓ ହୁଳହୁଳି ଧୁନିରେ ପ୍ରକମ୍ପିତ ହେଉଥିଲା। ଖଣ୍ଡଗିରି ପାଦଦେଶ ଭଜନ ସଂକୀର୍ତନ ଓ ରାମଚରିତ ମାନସ ରେ ପୁରା ପରିବେଶ ଭକ୍ତିମୟ ହୋଇଥିଲା । ବିଶ୍ୱର ଶାନ୍ତି ଓ ମଙ୍ଗଳ କାମନା କରି ସାଧୁସସ୍ଥ ମାନେ ପ୍ରଭୁଙ୍କୁ ଆରାଧନା କରିଥିଲେ। ଏହି ଐତିହାସିକ ମେଳାର ଅଷ୍ଟମ ଦିନରେ କିଛି ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିବା ବେଳେ ସଂସ୍କୃତି ଗବେଷକ ପଦ୍ମଶ୍ରୀ ରାଜତ୍ୱ କର ମଧ୍ୟ ସେଥିରେ ସାମିଲ ହୋଇଥିଲେ ।

ସେପଟେ ୫୦ ବର୍ଷରୁ ଉର୍ଧ୍ଵ ଏହି ମେଳା ଆୟୋଜନ କରାଯାଉଥିବା ବେଳେ ମେଳାର ଅଷ୍ଟମ ଦିନରେ ଭକ୍ତଙ୍କ ଭିଡ ବେଶ ଦେଖିବାକୁ ମିଳିଥିଲା । ଏଠାରେ ସାଧୁ ସନ୍ଥମାନେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସି ନାମ ଯଜ୍ଞ ସହ ଜପତପ କରୁଛନ୍ତି । ତେଣୁ ଶ୍ରଦ୍ଧାଳୁଟିଏ ଆଶ୍ରିବାଦ ପାଇଁ ଭିଡ ଲଗାଇଥିବା ବେଳେ କେହି କେହି ହୋମଯଜ୍ଞ ଦେଖିବାକୁ ଆସିଥିଲେ । ଆଉ ସବୁଠାରୁ ଆକର୍ଷଣୀୟ ରହିଥିଲ । ଷ୍ଟାଣ୍ଡିଙ୍ଗ ବାବନଙ୍କ ଆଶିର୍ବାଦ ଓ ଚର୍ଚ୍ଚିତ ଡାକ୍ତରୀ ବାବାଙ୍କ ଦୂରାରୋଗ ଭଲ କରିବାର ଦୃଶ୍ୟ । ଡାକ୍ତରୀ ବାବା ରୋଗ ଭଲ କରିଦେଉଥିବା ପ୍ରଚାର ପ୍ରସାରକୁ ନେଇ ଅନେକ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଭକ୍ତ ମାନେ କୋଭିଡି କଟକଣା ଭୁଲି ଯାଇଥିଲେ ଶ୍ରଦ୍ଧାଳୁ । ନା କାହା ମୁହଁରେ ମାସ୍କ ଥିଲା ନା ବାବାଙ୍କୁ ବିଏମସି ତାଗିଦ କଲା ପରେ ବାବାଙ୍କର ଡାକ୍ତରୀ କାମରୁ ବିରତ ହେଇପାରୁଥିଲେ। ତେଣୁ ମେଳାରେ କୋଭିଡ କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଶେଷ ଦିନ ଅର୍ଥାତ ମେଳାର ପୂର୍ଣ୍ଣାହୁତି ହେବ। ତାପରେ ସାଧୁ ସନ୍ଥ ମାନେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯିବେ। ତେଣୁ ରାଜଧାନୀ ସମେତ ରାଜ୍ୟବାସୀଙ୍କର ଏହି କୁମ୍ଭ ମେଳା ପାଇଁ ପୁଣି ଆରବରସାକୁ ଅପେକ୍ଷା ରହିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details