ଭୁବନେଶ୍ବର:ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ୮ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଆଜି ୭ ଟି ଓ୍ବାର୍ଡ ରୁ ୮ ଜଣ କର୍ପୋରେଟର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି ।
ବିଏମସି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୯ ନମ୍ବର ଓ୍ବାର୍ଡରୁ ଶେଖ ନିଜାମ, ୭ ନମ୍ବର ଓ୍ବାର୍ଡରୁ ସୁଶିଲ କୁମାର ପଣ୍ଡା ଓ ମୃତ୍ୟୁଞ୍ଜୟ ଷଡଙ୍ଗୀ, ୧୧ ନମ୍ବର ଓ୍ବାର୍ଡରୁ ସ୍ମରଣିକା ମହାନ୍ତି, ୨୫ ନମ୍ବର ଓ୍ବାର୍ଡରୁ ଅକ୍ଷୟ କୁମାର ବାରିକ, ୧୯ ନମ୍ବର ଓ୍ବାର୍ଡରୁ ଜ୍ୟୋତ୍ସ୍ନା ରାଣୀ ରାଉତରାୟ, ୪୮ ନମ୍ବର ଓ୍ବାର୍ଡରୁ ଜ୍ୟୋତିର୍ମୟୀ ସାହୁ ଏବଂ ୨୨ ନମ୍ବର ଓ୍ବାର୍ଡରୁ ଦୌପଦ୍ରୀ ମଣି ସିଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଏଯାଏଁ ସମସ୍ତ ୧୨ ଜଣ ମେୟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।