ଭୁବନେଶ୍ବର:ମମିତା ମେହର ହତ୍ୟାକାଣ୍ଡକୁ ନେଇ ନବୀନ ନିବାସ ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ପୋଲିସ ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ଓ ଅଣ୍ଡା ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । ପୋଲିସ ସହ ଏଭଳି ଆଚରଣ କରିଥିବା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ।
ଆଜି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯିବା ସମୟରେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ପୋଲିସର ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ ଉପରକୁ କଂଗ୍ରେସ କର୍ମୀ ଅଣ୍ଡା ଓ ଟୋମାଟ ମାଡ଼ କରିଥିଲେ । ଏହାକୁ ନେଇ ପ୍ରାୟ ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ । ସହରରେ 22 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସାଧାରଣ ଲୋକଙ୍କ ଜୀବନଯାତ୍ରା ଯେଭଳି ବ୍ୟାହତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି । ସାଧାରଣ ଲୋକଙ୍କ ଯିବାଆସିବା ପାଇଁ ଅନ୍ୟତ୍ର ସୁବିଧା କରାଯାଇଛି ।