ଓଡିଶା

odisha

ETV Bharat / city

Mamita Missing Mystry: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡାମାଡ - ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡାମାଡ

ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ବରେ ପ୍ରାୟ ୨୦ରୁ ୩୦ କଂଗ୍ରେସ କର୍ମୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି । ଅଧିକ ପଢ଼ନ୍ତୁ....

Mamita Mystry: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡାମାଡ
Mamita Mystry: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡାମାଡ

By

Published : Oct 19, 2021, 4:46 PM IST

ଭୁବନେଶ୍ବର: ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବାସଭବନ ଉପରକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ବରେ ପ୍ରାୟ ୨୦ରୁ ୩୦ କଂଗ୍ରେସ କର୍ମୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସରକାରୀ ବାସ ଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କରିଛି କଂଗ୍ରେସ ।

ଗୃହ ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ଏଭଳି ଏକ ଘଟଣାକୁ ରୋକିବାକୁ ପୋଲିସ୍‌ ଚେଷ୍ଟା କରିଥିଲା । ଏହାକୁ ନେଇ ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ସାମ୍ନାସାମ୍ନି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରି ନେଇଥିବା ସୂଚନା ମିିଳିଛି ।

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ ଭୁବନେଶ୍ବର କଂଗ୍ରେସ ପକ୍ଷରୁ ଆଜି(ମଙ୍ଗଳବାର) ମାରାଥାନ ପ୍ରତିବାଦ କରାଯାଉଛି । ସକାଳୁ ବହୁ କଂଗ୍ରେସ କର୍ମୀ ଏକାଠି ହୋଇ ଏଭଳି ଏକ ଘଟଣାରେ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କରିବା ସହ ଇସ୍ତଫା ଦାବି କରିଥିଲେ । ଏହାପରେ ମହିଳା ଓ ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ଅନୁରୂପ ଦାବି ନେଇ ପ୍ରତିବାଦ କରାଯାଉଛି ।

ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି । ଶିକ୍ଷୟିତ୍ରୀ ନିଖୋଜ ଘଟଣାର ତଦନ୍ତ ବେଳେ ସନ୍‌ସାଇନ୍ ପବ୍ଲିକ ସ୍କୁଲ ନିର୍ମାଣଧୀନ ମିନି ଷ୍ଟାଡିୟମ ମାଟି ତଳୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଏହି ମୃତଦେହ କାହାର ତାହାକୁ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ । ମମିତା ମେହେର ପିନ୍ଧିଥିବା ସୁନା ଚେନ, ବ୍ରେସ୍‌ଲେଟ ଗଳିତ ମୃତଦେହରୁ ଜବତ କରିଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଏହି ମୃତଦେହର ବିଷୟରେ କିଛି ସୂଚନା ମିଳିପାରିବ ବୋଲି କହିଛି ପୋଲିସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details