ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାର (Hirakud Dam)ରେ ଏବେ ଜଳସ୍ତର ଅଛି ୬୨୨.୨୭ ଫୁଟ । ଉପର ମୁଣ୍ଡରୁ ପ୍ରବେଶ କରୁଛି ୨ ଲକ୍ଷ ୯୩ ହଜାର ୨୨୫ କ୍ୟୁସେକ । ନିଷ୍କାସିତ ହେଉଛି ୪ ଲକ୍ଷ ୭୫ ହଜାର ୭୨୨ କ୍ୟୁସେକ ଜଳ । ଏହା ପ୍ରଭାବରେ ମୁଣ୍ଡଳି ପାଖରେ ପ୍ରବାହିତ ହେଉଛି ୯ ଲକ୍ଷ ୫୬ ହଜାର କ୍ୟୁସେକ । ଯାହାର ଫଲିଂ ଟ୍ରେଣ୍ଡ ରହିଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର Engineer in Chief Bijay Mishra) ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ ୨୪ଟି ଗେଟ ଖୋଲା ଅଛି । ହୀରାକୁଦରେ ଗତକାଲି ୧୨ଟି ଗେଟ୍ ବନ୍ଦ କରାଯାଇଛି । ଆଜି ୪ଟି ବନ୍ଦ ହୋଇଛି । ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ରଖିବାକୁ ଚେଷ୍ଟା କରାଯାଉଛି । ଲଘୁଚାପ ବର୍ଷା ଉପରେ ନଜର ରଖାଯାଇଛି । ଏପରି ସ୍ଥିତି ୨୦ ଓ ୨୧ ତାରିଖ ଯାଏଁ ଲାଗି ରହିବ । କାରଣ ବର୍ଷା ଅଛି । ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ବେସିନରେ ବର୍ଷା ହେବ ।