ଭୁବନେଶ୍ବର:ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ। ଆଜିର ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ସମସ୍ତ ରାଜ୍ୟ ନିଜ ନିଜର ମତ ରଖିଛନ୍ତି।
ମହାମାରୀ କୋରୋନା ସମୟରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସମେତ ସାରା ଦେଶର ଶିକ୍ଷା ମନ୍ତ୍ରୀ ବିଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ମହାମାରୀ କୋରୋନା ସମୟରେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ବିଚାର ବିମର୍ଶ କରିଛନ୍ତି । ଖାସକରି ସିବିଏସଇ ପରୀକ୍ଷା ଓ ରାଜ୍ୟ ମାନଙ୍କର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଉପରେ ଆଲୋଚନା କରାଯାଇଛି । ସିବିଏସଇ ଦ୍ଵାଦଶ ପରୀକ୍ଷା ପାଇଁ ଦିଆଯାଇଛି ପ୍ରସ୍ତାବ। ସ୍ବାଭାବିକ ହେଲେ ପୂର୍ବ ଭଳି ପରୀକ୍ଷା କରାଯିବାକୁ ବ୍ୟବସ୍ଥା କରାଯିବ । ସଂକ୍ଷିପ୍ତ ଭାବରେ ପରୀକ୍ଷା ଲାଗି ଚାଲିଛି ପ୍ରସ୍ତୁତି କରାଯାଇଛି ।