ଓଡିଶା

odisha

ETV Bharat / city

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର, କହିଲେ ଉତ୍ତର ଦେବା ଉଚିତ୍‌ ମନେ କରୁନି - ଧର୍ମେନ୍ଦ୍ର ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ସମୀର

ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସସପେନ୍ସ ଲାଗି ରହିଛି । ଏପଟେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢନ୍ତୁ

samir das reaction on dharmendra sahoo death
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ନେଇ ସମୀର ଦାଶଙ୍କ ପ୍ରତିକ୍ରିୟା

By

Published : Sep 26, 2022, 1:21 PM IST

ଭୁବନେଶ୍ବର: ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ । ଘଟଣାକୁ ନେଇ ସନ୍ଦେହ ଘେରକୁ ଆସିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧୀ କୁଶପୁତ୍ତଳିକା ଦାହ କରୁଥିବା ଦେଖିବାକୁ ମିଳିଛି । ଏହାରି ଭିତର ଘଟଣାକୁ ନେଇ ଛନ୍ଦି ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁହଁ ଖୋଲିଛନ୍ତି ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ନେଇ ସମୀର ଦାଶଙ୍କ ପ୍ରତିକ୍ରିୟା

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ସମ୍ପର୍କରେ ନିଜ ମତ ରଖି ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ''ମୋ ଜିଲ୍ଲାର ଜିଲ୍ଲାପରିଷଦଙ୍କ ଦେହାନ୍ତ ହୋଇଛି । ଘଟଣାକୁ ନେଇ ମୁଁ ଦୁଃଖିତ । ବିବାଦ କଣ ମୁଁ ଜାଣିନି, ତାଙ୍କ ପରିବାର ଲୋକ ବି କିଛି କହି ନାହାନ୍ତି । ଏଥିରେ ବିରୋଧୀ କଣ କହୁଛନ୍ତି ତାର ଉତ୍ତର ଦେବା ମୁଁ ଉଚିତ ମନେ କରୁନାହିଁ ।''

ଏହା ବି ପଢନ୍ତୁ...ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ସୂଚନାଅନୁସାରେ, ସେପ୍ଟେମ୍ବର 24 ତାରିଖରେ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ସବୁ କିଛି ଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ ଯାହାକୁ ନେଇ ସସପେନ୍ସ ବଢିଥିଲା । ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ଫରେନ୍ସିକ ଲ୍ୟାବକୁ ଧର୍ମେନ୍ଦ୍ରଙ୍କ ଜବତ ହୋଇଥିବା ଦୁଇଟି ଫୋନକୁ ପଠାଯାଇଛି ।

ଏହା ବି ପଢନ୍ତୁ...ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ସସପେନ୍ସ ବଢାଇଲା ଫେସବୁକ ପୋଷ୍ଟ

ସେପଟେ ଆଜି (ସୋମବାର) ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ଶରୀରର ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଦର୍ଶାଯାଇଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଘଟଣାରେ ଜଣେ ନେତାଙ୍କ ସମ୍ପୃକ୍ତି ଥିବା କହିଛନ୍ତି ବିଜେପି ଓ କଂଗ୍ରେସ । ତାଙ୍କୁ ଗିରଫ ଦାବି କରି ରାସ୍ତାକୁ ଓହ୍ଲାଇଛି ବିଜେପି ଯୁବ ମୋର୍ଚ୍ଚା ।

ଇଟିଭି ଭାରତ,ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details