ଭୁବନେଶ୍ବର: ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୋଡ୍ ଏବଂ ତାରିଖ ଘୋଷଣା ନେଇ ଏବେବି ଅନିଶ୍ଚିତତା ଦେଖାଦେଇଛି । ମନ୍ତ୍ରୀ କହିଛନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଭିନ୍ନ ଅଂଶୀଦାର ମାନଙ୍କ ସହ ଆଲୋଚନା ଚାଲିଛି । ସେମାନଙ୍କର ମତାମତ ସହ ବୋର୍ଡ ଏବଂ କାଉନସିଲର ମତାମତକୁ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏହାପରେ ପରୀକ୍ଷା ନେଇ ନିଷ୍ପତ୍ତି ହେବ ବୋଲି କହିଛନ୍ତି ।
ସେପଟେ ଦଶମ ଓ ଦ୍ଵାଦଶର ପରୀକ୍ଷା ଅଫଲାଇନରେ ହେବା ଉଚିତ୍ ବୋଲି କହିଛି ଉତ୍କଳ ଅଭିଭାବକ ସଂଘ । କିନ୍ତୁ, ଯଥାଶୀଘ୍ର ତାରିଖ ଘୋଷଣା କରିବାକୁ ଦାବି କରିବା ସହ ପିଲାମାନେ ପରୀକ୍ଷାକୁ ନଡରି ପରୀକ୍ଷା ଦିଅନ୍ତୁ ବୋଲି ସଂଘ ସଭାପତି କହିଛନ୍ତି । ଯୁକ୍ତ ଦୁଇ କାଉନସିଲ ଓ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଷ୍ଟେକ ହୋଲଡର ମାନଙ୍କ ସହ କଥା ଚାଲିଛି । ତେଣୁ, ଷ୍ଟେକ ହୋଲଡର ମାନଙ୍କର ମତାମତ ସହ ବୋର୍ଡ ଏବଂ କାଉନସିଲର ମତାମତକୁ ନେଇ ପ୍ରସ୍ତାବ ସରକାରଙ୍କୁ ଦିଆଯିବ । ତା’ପରେ ପରୀକ୍ଷା ନେଇ ନିଷ୍ପତ୍ତି ହେବ ।