ଓଡିଶା

odisha

ETV Bharat / city

ବାତିଲ ହେଲା ମାଟ୍ରିକ ପରୀକ୍ଷା - ଦଶମ ଶ୍ରେଣୀ ପରୀକ୍ଷା 2021

ବାତିଲ ହେଲା ମାଟ୍ରିକ ପରୀକ୍ଷା
ବାତିଲ ହେଲା ମାଟ୍ରିକ ପରୀକ୍ଷା

By

Published : Apr 21, 2021, 11:25 AM IST

Updated : Apr 21, 2021, 11:44 AM IST

11:13 April 21

ବାତିଲ ହେଲା ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ବାତିଲ ହେଲା ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବାତିଲ ହେଲା ମାଟ୍ରିକ ପରୀକ୍ଷା । ଏନେଇ ସୂଚନା ଦେଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । କୋରୋନା ମହାମାରୀର ଦ୍ବିତୀୟ ଲହରକୁ ନେଇ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।

କୋଭିଡ-୧୯ ମହାମାରୀର ଅତ୍ୟଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଂଶୀଦାରମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛନ୍ତି । ଚଳିତ ବର୍ଷ ତା ୩.୫.୨୦୨୧ ରେ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଏବଂ ତା ୧୮.୦୫.୨୦୨୧ରେ ହେବାକୁ ଥିବା ଓଡିଶା ରାଜ୍ୟ ମଦ୍ରାସା ଶିକ୍ଷା ବୋର୍ଡ଼ ଦ୍ବାରା ପରିଚାଳିତ ପରୀକ୍ଷାଗୁଡିକୁ ବାତିଲ କରାଯାଇଛି ।

ଏହି ବୋର୍ଡ଼ମାନଙ୍କ ଦ୍ବାରା ନିର୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ପ୍ରକାଶ କରାଯିବ । ଏହି ପରୀକ୍ଷା ଫଳରେ ଯେଉଁ ଛାତ୍ର ଛାତ୍ରୀମାନେ ଅସମ୍ମତି ପ୍ରକାଶ କରିବେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ କୋଭିଡ ମହାମାରୀର ସଂକ୍ରମଣ ପ୍ରଶମିତ ହେଲେ ବୋର୍ଡ଼ ମାନଙ୍କ ଦ୍ବାରା ନିର୍ଧାରିତ ଦିବସରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ।

ସୂଚନାଥାଉକି, ଗତକାଲି ମାଟ୍ରିକ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀ ନବୀନ ନିବାସ ଘେରାଉ କରିଥିଲେ । CBSE ଏବଂ ICSE ପରୀକ୍ଷା ବାତିଲ ହୋଇଥିବାବେଳେ ରାଜ୍ୟ ସରକାର କାହିଁକି କରୁନାହାଁନ୍ତି ବୋଲି ଦାବି କରିଥିଲେ ଛାତ୍ର ଛାତ୍ରୀ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

Last Updated : Apr 21, 2021, 11:44 AM IST

ABOUT THE AUTHOR

...view details