ଓଡିଶା

odisha

ETV Bharat / city

ଫିଟନେସ ଟେଷ୍ଟରେ ଫେଲ; 4 ଶିକ୍ଷାନୁଷ୍ଠାନ ବସ ଜବତ କଲା ଆରଟିଓ - ଭୁବନେଶ୍ବର ଆରଟିଓ

ଫିଟନେସ ଟେଷ୍ଟରେ ଫେଲ ମାରିଛି ସ୍କୁଲ ଓ କଲେଜ ବସ । ସିଜ କରିଛି ଭୁବନେଶ୍ବର ଆରଟିଓ । ଏନେଇ ଆରଟିଓ 1 ପକ୍ଷରୁ ଦୁଇଟି ଓ ଆରଟିଓ 2 ପକ୍ଷରୁ ଦୁଇଟି ବସକୁ ସିଜ କରାଯାଇଛି।

Education institutes bus fails fitness test, bhubaneswar latest news, bhuabaneswar rto, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଭୁବନେଶ୍ବର ଆରଟିଓ, ଫିଟନେସ ଟେଷ୍ଟରେ ଫେଲ ଶିକ୍ଷାନୁଷ୍ଠାନ ବସ
ଫିଟନେସ ଟେଷ୍ଟରେ ଫେଲ ଶିକ୍ଷାନୁଷ୍ଠାନ ବସ, ସିଜ ହେଲା 4 ବସ

By

Published : Mar 2, 2020, 3:03 PM IST

ଭୁବନେଶ୍ବର: ଫିଟନେସ ଟେଷ୍ଟରେ ଫେଲ ମାରିଛି ସ୍କୁଲ ଓ କଲେଜ ବସ । ସିଜ କରିଛି ଭୁବନେଶ୍ବର ଆରଟିଓ । ଏନେଇ ଆରଟିଓ 1 ପକ୍ଷରୁ ଦୁଇଟି ଓ ଆରଟିଓ 2 ପକ୍ଷରୁ ଦୁଇଟି ବସକୁ ସିଜ କରାଯାଇଛି। ଯେଁଉଥରେ ରହିଛି ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି)ର ଦୁଇଟି ବସ ଓ ଇନଫୋସିଟି ଅଞ୍ଚଳର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇଟି ବସ ।

ଫିଟନେସ ଟେଷ୍ଟରେ ଫେଲ ଶିକ୍ଷାନୁଷ୍ଠାନ ବସ, ସିଜ ହେଲା 4 ବସ

ଏନଆଇଟିର ଦୁଇଟି ବସ ନୟାପଲ୍ଲୀ ଅଞ୍ଚଳରେ ଚାଲୁଥିବା ବେଳେ ସିଜ କରି ନିଜ ହେପାଜତକୁ ନେଇଛନ୍ତି ଆରଟିଓ 1 ଅଧିକାରୀ । ଏଥିସହ 25 ହଜାର 500 ଲେଖାଏଁ ଫାଇନ ଓ ନୋଟିସ ମଧ୍ୟ ଜାରି କରାଯାଇଛି । ସେହିପରି ଆରଟିଓ 2 ପକ୍ଷରୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦୁଇଟି ବସକୁ ପଲ୍ୟୁସନ ସାର୍ଟିଫିକେଟ, ଭାଲିଡ ରେଜିଷ୍ଟ୍ରେସନ, ଭାଲିଡ ଫିଟନେସ, ଭାଲିଡ ପରମିଟ, ଭାଲିଡ ଡିଏଲ ନଥିବା ନେଇ ସିଜ କରି 37 ହଜାର 500ଟଙ୍କାର ଫାଇନ ଲଗାଇ ନୋଟିସ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details