ଓଡିଶା

odisha

ETV Bharat / city

ନିଆରା ଶିକ୍ଷୟିତ୍ରୀ ରତ୍ନା ମଞ୍ଜରୀ, ସାଉଁଟିଛନ୍ତି ଗଣଶିକ୍ଷା ବିଭାଗର ପ୍ରଶଂସା - ଭୁବନେଶ୍ବର ଆଇଆରସି ଭିଲେଜ୍ ସରକାରୀ ସ୍କୁଲ ଶିକ୍ଷୟତ୍ରୀ

ନିଆରା ଶିକ୍ଷୟିତ୍ରୀ ରତ୍ନା ମଞ୍ଜରୀ । ବୃତ୍ତିରେ ଜଣେ ଶିକ୍ଷୟିତ୍ରୀ । ହେଲେ ଶିକ୍ଷୟତ୍ରୀ ଜଣକ ନିଜକୁ ଶିକ୍ଷାଦାନରେ ସୀମିତ ରଖି ନାହାନ୍ତି । ବରଂ ଶିକ୍ଷା ଓ ସଂସ୍କାରଧର୍ମୀ ମାଧ୍ୟମରେ ବି ଛାତ୍ରଛାତ୍ରୀଙ୍କର ଆଦର୍ଶ ପାଲଟିଛନ୍ତି । ମାଗଣା କ୍ଳାସ ଏବଂ ସ୍ୱଳ୍ପ ମୂଲ୍ୟର ଶିକ୍ଷାଦାନ ସାମଗ୍ରୀ ପ୍ରଦାନ କରି ବସ୍ତି ପିଲାମାନଙ୍କର ଭବିଷ୍ୟତ ଗଠନ କରୁଛନ୍ତି ଜଣେ ଏହି ଶିକ୍ଷୟତ୍ରି । ଅଧିକ ପଢନ୍ତୁ

ନିଆରା ଶିକ୍ଷୟିତ୍ରୀ ରତ୍ନା ମଞ୍ଜରୀ, ସାଉଁଟିଛନ୍ତି ଗଣଶିକ୍ଷା ବିଭାଗର ପ୍ରଶଂସା
ନିଆରା ଶିକ୍ଷୟିତ୍ରୀ ରତ୍ନା ମଞ୍ଜରୀ, ସାଉଁଟିଛନ୍ତି ଗଣଶିକ୍ଷା ବିଭାଗର ପ୍ରଶଂସା

By

Published : Sep 6, 2022, 9:40 PM IST

ଭୁବନେଶ୍ବର: ନିଆରା ଶିକ୍ଷୟିତ୍ରୀ ରତ୍ନା ମଞ୍ଜରୀ । ବୃତ୍ତିରେ ଜଣେ ଶିକ୍ଷୟତ୍ରୀ । କିନ୍ତୁ ଲକ୍ଷ୍ୟ ତାଙ୍କର ଲକ୍ଷ୍ୟ ସମାଜରେ ପରିବର୍ତ୍ତନ ଆଣିବା । ପିଲାଙ୍କ ପସନ୍ଦ ଏବଂ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରୁଥିବା ଜଣେ ସ୍ନେହୀ ଶିକ୍ଷୟିତ୍ରୀ । ସେ ହେଉଛନ୍ତି ଭୁବନେଶ୍ବରର ଆଇଆରସି ଭିଲେଜ୍ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ରତ୍ନାମଞ୍ଜରୀ ଦାଶ । ପବିତ୍ର ଗୁରୁ ଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ଜଣେ ନିଆରା ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ଟୁଇଟ୍‌ କରି ଅନ୍ୟମାନଙ୍କୁ ଅବଗତ କରାଇବା ସହ ସେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।

ନିଆରା ଶିକ୍ଷୟିତ୍ରୀ ରତ୍ନା ମଞ୍ଜରୀ, ସାଉଁଟିଛନ୍ତି ଗଣଶିକ୍ଷା ବିଭାଗର ପ୍ରଶଂସା

ମାଗଣା କ୍ଲାସ୍ କରି ଛୋଟ ଛୋଟ ପିଲାଙ୍କୁ ନୈତିକ ଶିକ୍ଷା ଦେଉଛନ୍ତି । ଶିକ୍ଷୟତ୍ରୀ ରତ୍ନାମଞ୍ଜରୀ କେବଳ ନିଜକୁ ଶିକ୍ଷାଦାନରେ ସୀମିତ ରଖି ନାହାନ୍ତି । ବରଂ ଶିକ୍ଷା ଓ ସଂସ୍କାରଧର୍ମୀ ମାଧ୍ୟମରେ ବି ଛାତ୍ରଛାତ୍ରୀଙ୍କର ଆଦର୍ଶ ପାଲଟିଛନ୍ତି । ମାଗଣା କ୍ଲାସ୍ କରି ଛୋଟ ଛୋଟ ପିଲାଙ୍କୁ ନୈତିକ ଶିକ୍ଷା ଦେଉଛନ୍ତି । ସ୍ବଳ୍ପ ମୂଲ୍ୟରେ ଶିକ୍ଷାଦାନ ସାମଗ୍ରୀ ପ୍ରଦାନ କରି ବସ୍ତି ପିଲାଙ୍କ ଭବିଷ୍ୟତ ଗଠନ କରୁଛନ୍ତି । ବାଲ୍ୟ ବିବାହ ଓ ସ୍କୁଲ ଡ୍ରପ-ଆଉଟ୍ ରୋକିବା କ୍ଷେତ୍ର‌ରେ ମଧ୍ୟ ତାଙ୍କର ପ୍ରମୁଖ ଅବଦାନ ରହିଛି । ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ଥିବା ସାଲିଆ ସାହି ବସ୍ତି ଭଳି ଅନେକ ବସ୍ତିଗୁଡ଼ିକରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କୁ ପୁଣିଥରେ ସ୍କୁଲକୁ ‌ଫେରାଇ ଆଣିବା ଦିଗରେ ଏକାଧିକ ପଦକ୍ଷେପ ନେଇଛନ୍ତି । ଏନେଇ ତାଙ୍କରି ଦଗଦର୍ଶନରେ ବହୁ ଛାତ୍ରଛାତ୍ରୀ ଏବେ ରାଜ୍ୟ ତଥା ଦେଶରେ ନାଁ କରିଛନ୍ତି ।

ଏହା ବି ପଢନ୍ତୁ -ନବୀନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, କଟାକ୍ଷ କଲେ ସୁର

ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି । ଛାତ୍ରୀ ଓ ତାଙ୍କ ପରିବାରଙ୍କୁ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ବିଭିନ୍ନ ସମୟରେ ସଚେତନ କରାଇଛନ୍ତି । ଶିଶୁ ଶ୍ରମିକ ବିରୋଧରେ ତାଙ୍କର ସଂଗ୍ରାମ ଫଳପ୍ରଦ ହୋଇଛି । ଅଧାରୁ ପାଠ ଛାଡ଼ି କଅଁଳ ବୟସରେ କାମ କରିବାକୁ ପଦାକୁ ବାହାରୁଥିବା ପିଲାଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବାରେ ତାଙ୍କ ଅବଦାନ ରହିଛି । ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦିଗରେ ମଧ୍ୟ ଅନବରତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ପୁରାତନ ଛାତ୍ରଛାତ୍ରୀ ତଥା ସମ୍ପ୍ରଦାୟର ସଙ୍ଗଠନକୁ ସାଙ୍ଗରେ ବି ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ପ୍ରଶଂସା ସାଉଁଟିଛନ୍ତି । ଡ୍ରପ୍-ଆଉଟ୍ ଛାତ୍ରମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ତାଙ୍କର ପ୍ରୟାସ ଅଧିକ ଫଳପ୍ରଦ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଶିକ୍ଷୟତ୍ରୀ ରତ୍ନାମଞ୍ଜରୀଙ୍କ ଏଭଳି ସଂସ୍କାରମୂଳକ କାର୍ଯ୍ୟ ଯୋଗୁଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details