ଓଡିଶା

odisha

ETV Bharat / city

ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ - ଆଦର୍ଶ ବିଦ୍ୟାଳୟ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

By

Published : Oct 21, 2021, 7:45 PM IST

ଭୁବନେଶ୍ବର:ଆଜି(ଗୁରୁବାର) ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନେଇ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ରହିଛି ନିର୍ଦ୍ଦେଶ । ଏହାଦ୍ବାରା ପୂରଣ ହେବ ଖାଲିଥିବା ପଦବୀ ।

ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଆସନ୍ତା ମାସରେ ସରକାରଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ନୈପୁଣ୍ୟତା (NAS) ପରୀକ୍ଷା କରିବା ଜାତୀୟ ଆଚିଭମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି ନିମନ୍ତେ ପ୍ରମୁଖ ଶାସନ ସଚିବ ସାହୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବିଦ୍ୟାଳୟଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ପଞ୍ଚାୟତିରାଜ ବିଭାଗ ଜରିଆରେ ଶ୍ରେଣୀ ଗୃହର ବିଦ୍ୟୁତିକରଣ, ଶୌଚାଳୟ ଏବଂ ଜଳଯୋଗାଣ ସୁବିଧା, ବିଦ୍ୟାଳୟ ଓ ଏହାର ଚତୁଃପାର୍ଶ୍ଵ ତଥା ଖେଳପଡ଼ିଆ ଆଦିକୁ ପରିଷ୍କାର କରିବା ଆଦି ସଂପର୍କରେ ଆଲୋଚନା ହୋଇଥିଲା ।

ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଦୀର୍ଘଦିନ ପରେ ଅନେକ ସ୍କୁଲର ଜମିବାଡ଼ି ମାଲିକାନା ସମ୍ବନ୍ଧୀୟ କାଗଜପତ୍ର ଠିକ୍ ନଥିବାରୁ ଏଥି ନେଇ ରାଜସ୍ଵ ବିଭାଗ ଏବଂ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଚଳିତ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ କ୍ଷେତ୍ର ଅଧିକାରୀମାନଙ୍କ କୋଭିଡ୍-୧୯ର ଦ୍ଵିତୀୟ ଡୋଜ ଟିକାକରଣକୁ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଛାତ୍ରଛାତ୍ରୀଙ୍କର ପାଠପଢ଼ା ବନ୍ଦ ଥିବା କାରଣରୁ ପିଲାମାନଙ୍କ ଶୈକ୍ଷିକ ସ୍ତର ଜାଣିବା ପାଇଁ ପ୍ରତ୍ୟେକ ସ୍କୁଲ ଖୋଲିବା ପରେ ଚଳିତ 27 ଅକ୍ଟୋବରରୁ ଏକ ସର୍ଭେ କରାଯିବ । ଚଳିତ ଶିକ୍ଷାବର୍ଷଠାରୁ FLN କାର୍ଯ୍ୟକୁ ବିଧିବଦ୍ଧ ରୂପେ ରଖିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟସ୍ତରରେ ଏହି କାର୍ଯ୍ୟକୁ ନିର୍ଦ୍ଦେଶକ SERT ଏବଂ ଓସେପା ତଦାରଖ କରିବେ । ଏଥି ସହିତ ସମଗ୍ର ଶିକ୍ଷାର କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହିତ ପହଞ୍ଚାଇବାକୁ ହେଲେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କ୍ଲଷ୍ଟର ଶିକ୍ଷକମାନଙ୍କର ସମନ୍ବୟ ରହିବ । ଚଳିତ ବର୍ଷଠାରୁ ଲୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏଣୁ ବର୍ଷର ବିଭିନ୍ନ ସମୟରେ CBSE ଢାଞ୍ଚାରେ ପରୀକ୍ଷା କରାଯିବ । ଏହାର ବହୁଳ ପ୍ରଚାର ଏବଂ ପ୍ରସାର କରାଯିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାପକ ଭାବରେ ଖାଲି ପଡ଼ିଥିବା ସ୍ଥାନରେ ପଦୋନ୍ନତି ଦିଆଯାଇଛି । କିଛି ପଦୋନ୍ନତିପ୍ରାପ୍ତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ।

ଏହାକୁ ଦୃଷ୍ଟିରେ ରଖୁ ନୂତନ ଭାବେ ସୃଷ୍ଟି ହେଉଥିବା ଖାଲି ପଦବୀ ପୂରଣ ହେବାକୁ ସଚିବ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉଚୁଆଲ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details