ଭୁବନେଶ୍ବର: ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ଏପ୍ରିଲ ୧୦ରୁ ଚଳାଚଳ କରିବ । ଟ୍ରେନ ନଂ 18303 ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡି ପୁରୀ ଠାରେ ଅପରାହ୍ନ ୧୨ ଘ.୫୦ ମି.ରେ ପହଞ୍ଚିବ । ଫେରିବା ମାର୍ଗରେ, 18404 ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ ଠାରୁ ପ୍ରତ୍ୟହ ଅପରାହ୍ନ ୩ ଘ.୪୫ମି. ରେ ଛାଡି ସମ୍ବଲପୁର ଠାରେ ରାତ୍ରି ୧୦ .୨୦ ମି.ରେ ପହଞ୍ଚିବ ।
ଏହି ଟ୍ରେନ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ବରୁ ଯୁଜୁମୁରା, ରେଢାଖୋଲ, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୋଳ, ତାଳଚେର ରୋଡ, ମେରାମଣ୍ଡଳୀ, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ବର, ଭୁବନେଶ୍ବର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବ । ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଅଛି।