ଓଡିଶା

odisha

ETV Bharat / city

ମାସକରେ 1 ଲକ୍ଷ ବୃକ୍ଷରୋପଣ କରିବ ଇକୋ ଅରବାନ ୟୁଥ ଆସୋସିଏସନ - ଇକୋ ଅରବାନ ୟୁଥ ଆସୋସିଏସନ

ଆସନ୍ତା ଏକ ମାସ ମଧ୍ୟରେ 1ଲକ୍ଷ ବୃକ୍ଷରୋପଣ କରିବ ଇକୋ ଅରବାନ ୟୁଥ ଆସୋସିଏସନ । ଦୁଇ ଦିନ ମଧ୍ୟରେ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ 2ହଜାର ଚାରା ରୋପଣ କରାଯାଇଛି । ଆସନ୍ତା ଏକ ମାସ ମଧ୍ୟରେ ଏକ ଲକ୍ଷ ଗଛ ଲଗାଇବାକୁ ଲକ୍ଷ୍ୟ କରିଛି ଅନୁଷ୍ଠାନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 6, 2019, 5:22 PM IST

ଭୁବନେଶ୍ବର: ଜୁନ 5ରେ ବିଶ୍ବ ପାଳିଥିଲା ବିଶ୍ବ ପରିବେଶ ଦିବସ । ଗଛ ଲଗାଇବା ପରିବେଶ ବଞ୍ଚାଇବା ସଂକଳ୍ପ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । କିନ୍ତୁ କେବଳ ପରିବେଶ ଦିବସରେ ନୁହେଁ ଏକମାସ ମଧ୍ୟରେ 1ଲକ୍ଷ ଗଛ ଲଗାଇବାର ସଂକଳ୍ପ ନେଇଛି ଇକୋ ଅରବାନ ୟୁଥ ଆସୋସିଏସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବର୍ତ୍ତମାନ ସୁଦ୍ଧା ଏହି ଅନୁଷ୍ଠାନ ଦୁଇ ଦିନ ଭିତରେ 2 ହଜାର ଚାରା ରୋପଣ କରିସାରିଛି । ଆଗକୁ 1ଲକ୍ଷ ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଆସୋସିଏସନର କର୍ମକର୍ତ୍ତା । ମାସକ ପୂର୍ବରୁ ଫନି ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ସବୁଜିମା । ପ୍ରକୃତିର କରାଳ ରୂପ ଆଗରେ ନଇଁ ପଡିଥିଲା ବୃକ୍ଷରାଜି । ଲକ୍ଷ ଲକ୍ଷ ଗଛ ନଷ୍ଟ ହୋଇଥିବା ବେଳେ ପୁଣି ଥରେ ରାଜଧାନୀକୁ ସବୁଜ ନଗରୀରେ ପରିଣତ କରିବାକୁ ଆଗେଇ ଆସିଛନ୍ତି ଏହି ଯୁବପିଢି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details