ଭୁବନେଶ୍ବର: ବିଜୟା ଦଶମୀ ସହ ରାବଣ ପୋଡି ପାଳିତ ହୋଇଯାଇଛି । ଅସତ୍ୟ ଉପରେ ସତ୍ୟର ଜୟ ହୋଇ ଥିଲା । ହିନ୍ଦୁ ପରମ୍ପରାରେ ବିଶ୍ବାସ ରହିଛି ବିଜୟା ଦଶମୀରେ ପ୍ରଭୁ ଶ୍ରୀ ରାମ ଲଙ୍କାର ରାଜା ରାବଣକୁ ଵଧ କରିଥିଲେ।
ନୟାପଲ୍ଲୀରେ ସରିଲା ରାବଣ ପୋଡି
ଭୁବନେଶ୍ବର ନୟାପଲ୍ଲୀରେ ସରିଲା ରାବଣ ପୋଡି । ଏଥର ନୟାପଲ୍ଲୀରେ ରାବଣ ପୋଡିରେ ବାଣ ବ୍ୟବହାରରେ କଟକଣା ଲଗାଇଛି କମିଶନରେଟ ପୋଲିସ ।
ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର
ସାରା ଭାରତ ବର୍ଷରେ ବିଜୟା ଦଶମୀ ଦିନ ରାବଣ ପୋଡି ଉତ୍ସବ ପାଳନ କରାଯାଏ । ଭୁବନେଶ୍ବରର ସ୍ଥିତ ନୟାପଲ୍ଲୀରେ ଏଥର ମଧ୍ୟ ପାଳିତ ହୋଇଛି ରାବଣ ପୋଡି । ତେବେ ଏଥର ନୟାପଲ୍ଲୀରେ ରାବଣ ପୋଡିରେ ବାଣ ବ୍ୟବହାରରେ କଟକଣା ଲଗାଇଛି କମିଶନରେଟ ପୋଲିସ । ବାଣ ବ୍ୟବହାର କରିବା ପାଇଁ ଅନୁମତି ଦେଇନାହିଁ କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
Last Updated : Oct 8, 2019, 11:43 PM IST