ଭୁବନେଶ୍ବର:ସ୍ବାଧୀନତା ଦିବସଠାରୁ ଓଡି଼ଶାରେ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏଥିଲାଗି ୯ଟି ମେସିନକୁ କଟକ SCB ମେଡିକାଲରେ ରଖାଯାଇଛି । ଏହାସହିତ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ବୋଲି ସୂଚନା ମିଳିଛି ।
ଏହି କାର୍ଯ୍ୟ ଲାଗି ଗୋଟିଏ ବ୍ୟାଚ କୋଲକାତାରୁ ଟ୍ରେନିଂ ନେଇ ଫେରିଛନ୍ତି । ଆଉ ଗୋଟିଏ ଟିମ ଖୁବଶୀଘ୍ର କୋଲକାତା ଯିବେ । ସମସ୍ତ ମେସିନ ଇନଷ୍ଟଲ ମଧ୍ୟ ହୋଇ ସାରିଛି । ପ୍ରସ୍ତୁତିକରଣ ପ୍ରାୟ ଶେଷ ହୋଇଛି । 9ଟି ମେସିନକୁ ଦୁଇ ଭାଗରେ ବିଭକ୍ତ କରାଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । କୋଭିଡରୁ ଭଲ ହେବା ପରେ ଅଧିକ ଲୋକଙ୍କର ଇକମୋ ମେସିନର ଆବଶ୍ୟକତା ପଡୁଛି ।