ଓଡିଶା

odisha

ETV Bharat / city

ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି, ବଢିବ ବୁଥ୍ ସଂଖ୍ୟା - Bypolls in Tirtol & Balasore Assembly constituencies

କୋଭିଡ ସମୟରେ ନିର୍ବାଚନ ହେଉଥିବାରୁ ନୂଆ ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ବୁଥରେ ୧୦୦୦ ଭୋଟର ଭୋଟ ଦେଇପାରିବେ । ଏଥିପାଇଁ ବାଲେଶ୍ବରରେ ୩୪୬ ଟି ବୁଥ୍ କରାଯାଇଛି । ସେହିପରି ତିର୍ତୋଲରେ ୩୭୩ ବୁଥ କରାଯାଇଛି ।

ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ,  ବଢିବ ବୁଥ୍ ସଂଖ୍ୟା
ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି , ବଢିବ ବୁଥ୍ ସଂଖ୍ୟା

By

Published : Sep 29, 2020, 9:55 PM IST

ଭୁବନେଶ୍ବର: ତିର୍ତୋଲ ଓ ବାଲେଶ୍ବର ପାଇଁ ନିର୍ବାଚନ ଅଧିକାରୀଙ୍କ ଜୋରଦାର ପ୍ରସ୍ତୁତି। ବାଲେଶ୍ବର ୨ଲକ୍ଷ ୨୬ ହଜାର ୫୮୬ ଭୋଟର ରହିଥିବା ବେଳେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ୨ଲକ୍ଷ ୩୮ ହଜାର ୫୬ ଭୋଟର ରହିଛନ୍ତି । ଏନେଇ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇ ।

ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି , ବଢିବ ବୁଥ୍ ସଂଖ୍ୟା

କୋଭିଡ ସମୟରେ ନିର୍ବାଚନ ହେଉଥିବାରୁ ନୂଆ ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ବୁଥରେ ୧୦୦୦ ଭୋଟର ଭୋଟ ଦେଇପାରିବେ । ଏଥିପାଇଁ ବାଲେଶ୍ବରରେ ୩୪୬ ଟି ବୁଥ୍ କରାଯାଇଛି । ସେହିପରି ତିର୍ତୋଲରେ ୩୭୩ ବୁଥ କରାଯାଇଛି । ଯେହେତୁ ବୁଥ୍ ସଂଖ୍ୟା ବଢିଛି ସେହି ଅନୁସାରେ ଇଭିଏମ, ମେନ ପାଓ୍ବାର ମଧ୍ୟ ବଢାଯଇଛି। ଯେଉଁ ମାନଙ୍କ ପାଖରେ ଭୋଟର ଆଇଡି ନାହିଁ ସେମାନେ ପାନ କାର୍ଡ, ଆଧା କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଆଦି ନେଇ ଯାଇପାରିବ । ଏହିଭଳି ଭାବେ ୧୧ଟି ଡକ୍ୟୁମେଣ୍ଟ ବ୍ୟବହାର କରିପାରିବେ ।

ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି , ବଢିବ ବୁଥ୍ ସଂଖ୍ୟା

ଏହାସହ ମଙ୍ଗଳବାରରୁ ମଡେଲ କୋଡ ଅଫ କଣ୍ଡକ୍ଟ ଲାଗୁ କରାଯାଇଛି । ଅପରଧ ପୃଷ୍ଠଭୂମି ଥିବା ନେତା ମାନେ ତାହାର ପ୍ରଚାର କରିବେ । ଅର୍ଥାତ ଖବର କାଗଜ କିମ୍ବା ବିଜ୍ଞାପନ ମଧ୍ୟମରେ ଏ ନେଇ ତଥ୍ୟ ଜଣାଇବେ । ଏହାସହ କେତେ ଲୋକ ବଡ ରାଲି ଆଟେଣ୍ଡ କରିବେ ସେନେଇ ମଧ୍ୟ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ଜଣାଯାଇଛି ।

ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି , ବଢିବ ବୁଥ୍ ସଂଖ୍ୟା

ଏତଦବାଦ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଯେଉଁ ଭୋଟର ମାନଙ୍କ ପାଖରେ କୋଭିଡ ଲକ୍ଷଣ ଥିବା କିମ୍ବା ଶରୀରର ଟେମ୍ପ୍ରେରଚର ଅଧିକ ଥିବ ସେମାନେ ଶେଷ ଘଣ୍ଟା ରେ ଭୋଟ ଦେବେ । ସେହି ସମୟରେ ମତଦାନ କେନ୍ଦ୍ରରେ ଥିବା ଅଧିକାରୀ ମାନେ ପିପିଇ କିଟ ପିନ୍ଧିବା ସହ ଅନ୍ୟ କୋଭିଡ ଗାଇଡ ଲାଇନ ଅନୁସରଣ କରିବେ । M3 ମଡେଲ ଇଭିଏମ ମେସିନ ବ୍ୟବହାର କରାଯିବ । ଏହି ମଡେଲ ଲାଟେଷ୍ଟ ଇଭିଏମ ବ୍ୟବହାର କରାଯିବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details