ଭୁବନେଶ୍ବର:ନିର୍ବାଚନ ଆୟୋଗ ଉପରେ ବର୍ଷିଲେ ସୁର । ରାଜ୍ୟ ସରକାର ନିଜ ସୁବିଧାରେ ବିଭିନ୍ନ ପୋୖରାଞ୍ଚଳରେ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି, ଯାହା ଗ୍ରହଣୀୟ ନୁହେଁ । ୱାର୍ଡରେ ଯେଉଁଠି ବହୁମତ ରହିଛି ସେଠାରେ ଓଲଟା ପ୍ରାର୍ଥୀଙ୍କୁ ସଂରକ୍ଷଣ ଦିଆଯାଇଛି ତେଣୁ ଏହା ଠିକ ନୁହେଁ ବୋଲି ସୁର ଅଭିଯୋଗ କରିଛନ୍ତି ।
ପୌର ନିର୍ବାଚନରେ ଚଞ୍ଚକତା କରିଛନ୍ତି ନିର୍ବାଚନ ଆୟୋଗ: ସୁର - ପୌର ନିର୍ବାଚନ ପ୍ରସଙ୍ଗରେ ବର୍ଷିଲେ ସୁର
ପୌର ନିର୍ବାଚନରେ ଚଞ୍ଚକତା ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ନିର୍ବାଚନ ଆୟୋଗଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ
ପୌର ନିର୍ବାଚନରେ ଚଞ୍ଚକତା କରିଛନ୍ତି ନିର୍ବାଚନ ଆୟୋଗ: ସୁର
ଆହୁରି ମଧ୍ୟ ସୁର କହିଛନ୍ତି, କର୍ପୋରେଟର ଏବଂ ଅଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ମନଇଚ୍ଛା ସଂରକ୍ଷଣ କରିଛନ୍ତି ସରକାର । ତେଣୁ ଆମେ ଏହାର ପୁନର୍ବିଚାର କରିବାକୁ ଆବେଦନ କରିବୁ । ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବ । ତେଣୁ ଏନେଇ ନିର୍ବାଚନ କମିଶନ ଢେର ସମୟ ଦେବାର ଆବଶ୍ୟକତା ରହିଥିବା ମଧ୍ୟ ସୁର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ