ଓଡିଶା

odisha

ETV Bharat / city

ରାଜଧାନୀରେ ଟାଉନ ପ୍ଲାନର୍ସ ପୂର୍ବାଞ୍ଚଳ ସମ୍ମିଳନୀ - ଇନଷ୍ଟିଚ୍ୟୁଟ ଅଫ ଟାଉନପ୍ଲାନର୍ସ

ଶନିବାର ଇନଷ୍ଟିଚ୍ୟୁଟ ଅଫ ଟାଉନପ୍ଲାନର୍ସ ଇଣ୍ଡିଆର 24ଟି ଚ୍ୟାପ୍ଟର ମଧ୍ୟରୁ ଅନ୍ୟତମ ଓଡିଶା ଆଞ୍ଚଳିକ ଚ୍ୟାପ୍ଟର ଭୁବନେଶ୍ବରରେ ଅନୁଷ୍ଠିତ ହେବ ।

ରାଜଧାନୀରେ ଟାଉନ ପ୍ଲାନର୍ସ ପୂର୍ବାଞ୍ଚଳ ସମ୍ମିଳନୀ

By

Published : Oct 19, 2019, 6:17 AM IST

ଭୁବନେଶ୍ବର: ଓଡିଶାରେ ଇନଷ୍ଟିଚ୍ୟୁଟ ଅଫ ଟାଉନ ପ୍ଲାନର୍ସ ପୂର୍ବାଞ୍ଚଳ ସମ୍ମିଳନୀ । ଶନିବାର ଇନଷ୍ଟିଚ୍ୟୁଟ ଅଫ ଟାଉନପ୍ଲାନର୍ସ ଇଣ୍ଡିଆର 24ଟି ଚ୍ୟାପ୍ଟର ମଧ୍ୟରୁ ଅନ୍ୟତମ ଓଡିଶା ଆଞ୍ଚଳିକ ଚ୍ୟାପ୍ଟର ଭୁବନେଶ୍ବରରେ ଅନୁଷ୍ଠିତ ହେବ ।

ପୂର୍ବାଞ୍ଚଳର ନାମୀଦାମୀ ଟାଉନପ୍ଲାନର୍ସ ଭୁବନେଶ୍ବରରେ ଏକାଠି ହେବେ । ଟ୍ରାଞ୍ଜିଟ ଓରିଏଣ୍ଟଡ଼ ଡେଭେଲପମେଣ୍ଟ ନେଇ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଆଞ୍ଚଳିକ ବିଷୟବସ୍ତୁ ରହିଛି ଭବିଷ୍ୟତର କ୍ରୀଡା ନଗରୀ ଭୁବନେଶ୍ବର ।

ରାଜଧାନୀରେ ଟାଉନ ପ୍ଲାନର୍ସ ପୂର୍ବାଞ୍ଚଳ ସମ୍ମିଳନୀ

ଦୁଇଟି ବୈଷୟିକ ଅଧିବେଶନରେ ବିସ୍ତୃତ ଭାବେ ଆଲୋଚନା ହେବ। ଏନେଇ ଶୁକ୍ରବାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ପ୍ରଫେସର ଡି ଏସ ମେସରାମ । ଶନିବାର ହେବାକୁ ଥିବା ଏହି ପୂର୍ବାଞ୍ଚଳ ସମ୍ମିଳନୀରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ସମ୍ମିଳନୀରେ ନୂଆଦିଲ୍ଲୀ ଟାଉନ ପ୍ଲାନିଂ ସଭାପତି ଡି ଏସ ମେଶରମ ଏଥର ସ୍ମାର୍ଟସିଟିକୁ ଭବିଷ୍ୟତର କ୍ରୀଡା ନଗରୀ କରିବା ନେଇ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବାଞ୍ଚଳ ସମ୍ମିଳନୀର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details