ଭୁବନେଶ୍ବର: ଟ୍ରେନ ଓ ଷ୍ଟେସନ ପରିସରରେ ଦିନକୁ ଦିନ ଫେରିବାଲାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏମାନଙ୍କ ପାଇଁ ଯାତ୍ରା ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଘଟଣା ସାମ୍ନାକୁ ଆସିଛି । ବୁଲା ବିକାଳିଙ୍କ ବିରୋଧରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ରେଳ ମନ୍ତ୍ରାଳୟ ।
ବୁଲାବିକାଳି ସାବଧାନ! କାର୍ଯ୍ୟାନୁଷ୍ଠାନ ନେବ ପୂର୍ବତଟ ରେଳବାଇ
■ ନଭେମ୍ବରରୁ ବୁଲାବିକାଳିଙ୍କ ବିରୁଦ୍ଧରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ
■ ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟ ଓ ପୂଜା ପୂର୍ବରୁ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା
■ ବୁଲା ବିକାଳିଙ୍କ ପ୍ରାଦୁର୍ଭାବକୁ ଦମନ ପାଇଁ ପୂର୍ବତଟ ରେଳପଥ ଯାତ୍ରୀ ଓ ଜନତାଙ୍କ ସହଯୋଗ କାମନା କରିଛି
■ ଅଣ ସ୍ବୀକୃତିପ୍ରାପ୍ତ ଫେରିଵାଲାଙ୍କ ଦ୍ବାରା ବିକ୍ରୟ କରାଯାଉଥିବା ଖାଦ୍ୟ ସାମଗ୍ରୀ ଉଭୟ ଟ୍ରେନ ଓ ରେଳପରିସରକୁ ସ୍ବଚ୍ଛତା ଆଣିହେବ
■ ପୂର୍ବ କାର୍ଯ୍ୟାନୁଷ୍ଠାନ ଗୁଡିକ ପରେ ବୁଲାବିକାଳିଙ୍କ ପ୍ରାଦୁର୍ଭାବରେ ମାତ୍ରାଧିକ ହ୍ରାସ ଘଟିଛି
■ ଯାତ୍ରୀ ମାନଙ୍କର ସ୍ବାସ୍ଥ୍ୟ, ସୁରକ୍ଷା, ନିରାପତ୍ତା, ଆରାମଦାୟକ ଯାତ୍ରା ସହ ପରିଚ୍ଛନ୍ନତା ଉପଲବ୍ଧ କରାଇ ଗୁଣବତ୍ତା ସେବା ପ୍ରଦାନ ପାଇଁ ପ୍ରୟାସ
ବୁଲାବିକାଳି ସାବଧାନ! କାର୍ଯ୍ୟାନୁଷ୍ଠାନ ନେବ ପୂର୍ବତଟ ରେଳବାଇ ଜିରୋ ଟଲେରେନ୍ସ (ସହନଶୀଳତା) ନୀତିର ଏକ ଅଂଶ ଭାବେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅଣ ସ୍ବୀକୃତିପ୍ରାପ୍ତ ଫେରିଵାଲା/ବୁଲାବିକାଳିଙ୍କ ଦ୍ବାରା ବିକ୍ରୟ କରାଯାଉଥିବା ଦ୍ରବ୍ୟକୁ ବାରଣ କରିବା ଏବଂ ଅନ୍ୟ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ସଫଳତା ପାଇଛି I
ବୁଲାବିକାଳି ସାବଧାନ! କାର୍ଯ୍ୟାନୁଷ୍ଠାନ ନେବ ପୂର୍ବତଟ ରେଳବାଇ ରେଳଯାତ୍ରୀ, ସାଧାରଣ ଜନତା ଓ ଗଣମାଧ୍ୟମରୁ ଗଠନମୂଳକ ପ୍ରତିକ୍ରିୟା ସହିତ ପୂର୍ବତଟ ରେଳପଥ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦ୍ବାରା ଟ୍ରେନ ଓ ଷ୍ଟେସନ ମାନଙ୍କଠାରେ ଅଣସ୍ବୀକୃତିପ୍ରାପ୍ତ ଭେଣ୍ଡର ବହୁମାତ୍ରାରେ ହ୍ରାସ ପାଇଛି I ଏହି ସଫଳତା ଯାତ୍ରୀ ଓ ସାଧାରଣ ଜନତାଙ୍କ ସମର୍ଥନ ଓ ସହଯୋଗରେ ହୋଇପାରିଛି I ଯାହା ଫଳରେ, ୨୦୧୯ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହି କାର୍ଯ୍ୟକଳାପ ସଂଖ୍ୟା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୪୫୧କୁ ହ୍ରାସ ପାଇଅଛି I ପୂର୍ବ ବର୍ଷ ଅର୍ଥାତ ୨୦୧୮ ମସିହା ଏହି ସମୟ ମଧରେ ଅଣସ୍ବୀକୃତିପ୍ରାପ୍ତ ଭେଣ୍ଡର କାର୍ଯ୍ୟକଳାପ ୪୭୪୨ ଥିବାବେଳେ ୨୦୧୭ ମସିହାରେ ଏହା ୫୨୫୦ ଥିଲା I
ପୂର୍ବରୁ ଗ୍ରହଣ କରାଯାଇଥିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଯାତ୍ରୀମାନେ ବର୍ତ୍ତମାନ ବାହାର ଖାଦ୍ୟର ଭୟକୁ ଦୂର କରିପାରିଥିବା ବେଳେ ଏବେ ଟ୍ରେନ ଯାତ୍ରା ସମୟରେ ସ୍ବଚ୍ଛତା ଅନୁଭବ କରୁଛନ୍ତି, ଟ୍ରେନ ମଧ୍ୟରେ ବୁଲାବିକାଳୀଙ୍କ ଦ୍ବାରା ସୃଷ୍ଟି ହେଉଥିବା ଅଳିଆ ଆବର୍ଜନା ଦୂର କରାଯାଇପାରିଛି । ଜୋରରେ ପାଟିକରି ଯାତ୍ରୀମାନଙ୍କ ଧ୍ୟାନଭଙ୍ଗ କରୁଥିବାର ହ୍ରାସ ପାଇଛି, ଚଳପ୍ରଚଳ ପାଇଁ ଯାତ୍ରୀମାନଙ୍କୁ ଟ୍ରେନ ମଧ୍ୟରେ ଅଧିକ ଜାଗା ମିଳୁଛି । ଚୋରି ଓ ଛିନତାଇ ଘଟଣା ହ୍ରାସ ପାଇଛି । ଯାତ୍ରୀ ମାନଙ୍କୁ ହଇରାଣ ହରକତ କରିବା ସହ ଧମକ ଦେଇ ଟ୍ରେନ ମଧ୍ୟରେ ଅପରାଧ କାର୍ଯ୍ୟକଳାପ ସୃଷ୍ଟିକରୁଥିବାର କାର୍ଯ୍ୟକଳାପରେ ମଧ୍ୟ ହ୍ରାସ ଘଟିଛି ବୋଲି ଅନୁଭବ କରିପାରୁଛନ୍ତି I
ପୂର୍ବରୁ ଏହି ଅଣସ୍ବୀକୃତିପ୍ରାପ୍ତ ଫେରିଵାଲାମାନେ ଯାତ୍ରୀମାନଙ୍କୁ ବିଭିନ୍ନ ଆଳରେ ହଇରାଣ ହରକତ କରୁଥିଲେ, ଟ୍ରେନ ମଧ୍ୟରେ ଦହନଶୀଳ ପଦାର୍ଥ ପରିବହନ କରୁଥିଲେ, ଯାତ୍ରା ସମୟରେ କୋଚ ମଧ୍ୟରେ ଅଳିଆ ଆବର୍ଜନା ସୃଷ୍ଟି କରାଇ ପରିବେଶ ଦୂଷିତ କରୁଥିବା ସହିତ ଯାତ୍ରୀମାନଙ୍କ ସହିତ ଟ୍ରେନ କର୍ମଚାରୀମାନଙ୍କୁ ମଧ୍ୟ ଧମକ ଦେଇ ଆତଙ୍କିତ କରାଉଥିଲେ I ଅଣସ୍ବୀକୃତିପ୍ରାପ୍ତ ଫେରିବାଲାମାନେ ପ୍ୟାଣ୍ଟ୍ରି କାର କର୍ମଚାରୀମାନଙ୍କ ଉପରେ ଜୁଲମ ଓ ଯାତ୍ରୀମାନଙ୍କୁ ଧମକାଇବାର ବାରମ୍ବାର ଅଭିଯୋଗ ରେଳବାଇ ନଜରକୁ ପୂର୍ବରୁ ଆସୁଥିଲା I
କୌଣସି ବାଧାବିଘ୍ନ ନକରି ଯାତ୍ରୀମାନଙ୍କ ସୁଖଦ ଯାତ୍ରା ପ୍ରତି ଧ୍ୟାନ ଦେଇ ସେମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା, ନିରାପତ୍ତା ଓ ସ୍ବଚ୍ଛତା ପ୍ରତି ଧ୍ୟାନଦେଇ ଗୁଣବତ୍ତା ଟ୍ରେନ ଯାତ୍ରାର ଉପଲବ୍ଧ କରାଇବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ଏହି ଅଭିଯାନକୁ ଦୃଢତାର ସହିତ ଗ୍ରହଣ କରିଛି I
ପୂଜା ଛୁଟି ପରେ ଅଣ ସ୍ବୀକୃତିପ୍ରାପ୍ତ ବୁଲାବିକାଳି କାର୍ଯ୍ୟକଳାପ ବୃଦ୍ଧିପାଇବା ଆଶଙ୍କା କରି ପୂର୍ବତଟ ରେଳପଥ ଏହାର କାର୍ଯ୍ୟବଳକୁ ସତର୍କ କରାଇ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ବାଣିଜ୍ୟକ ଓ ରେଳବାଇ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛି I ପୂର୍ବତଟ ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜାରାମଙ୍କ ନେତୃତ୍ୟରେ ଏହି କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରାଯାଇଛି I
ସାଧାରଣତଃ, ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଅଣ ସ୍ବୀକୃତିପ୍ରାପ୍ତ ବୁଲାବିକାଳିମାନେ ଖାଦ୍ୟ ଦ୍ରବ୍ୟ, ବହି ଓ ପତ୍ରିକା ସହିତ ଖେଳନା ଇତ୍ୟାଦି ବିକ୍ରି କରିବାର କାର୍ଯ୍ୟକଳାପ ବୃଦ୍ଧିପାଇବା ଆଶଙ୍କା କରାଯାଉଛି । ଏହି କାର୍ଯ୍ୟକଳାପ ଗୁଡିକୁ ପ୍ରତିହତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି I
ଏହା ବ୍ୟତୀତ, ରେଳବାଇ କର୍ମଚାରୀ ମାନଙ୍କପାଇଁ ବୁଲାବିକାଳି ମାନଙ୍କ ଦ୍ବାରା ଅସାମାଜିକ କାର୍ଯ୍ୟକଳାପ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି I ବୁଲାବିକାଳି ମାନଙ୍କ ବେଶରେ ଅସାମାଜିକ ବ୍ୟକ୍ତିମାନେ ଦ୍ରବ୍ୟ ବିକିବା ବାହାନାରେ ରେଳ ଯାତ୍ରୀମାନଙ୍କୁ ଲକ୍ଷ୍ୟ କରି ସେମାନଙ୍କଠାରୁ ଆଭୂଷଣ ଚୋରି କରିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରେଳବାଇ ନଜରକୁ ଆସିଥିବା ଘଟଣାଗୁଡିକ ମଧ୍ୟରୁ ବହୁ ଗୁଡିଏ ଘଟଣା ଛଦ୍ମବେଶୀ ଫେରିବାଲାମାନଙ୍କ ଦ୍ବାରା I ଏ
ଯାତ୍ରୀ ମାନଙ୍କର ସୁରକ୍ଷା ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭିକାରି ଏବଂ ଦାନ ମାଗୁଥିବା ବ୍ୟକ୍ତି ମାନେ ଯେପରି ଟ୍ରେନରେ ଯାତାୟାତ ନକରିବେ ଓ ରେଳଷ୍ଟେସନରେ ପ୍ରବେଶ ନକରିବେ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଅଛି I ରେଳଷ୍ଟେସନ ପରିସରରୁ ଭିକାରି ମାନଙ୍କୁ ହଟାଇବାପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଅଛି I
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ