ଓଡିଶା

odisha

ETV Bharat / city

ଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳର 16ଟି ସ୍ବତନ୍ତ୍ର ଟ୍ରେନ - ପୂର୍ବତଟ ରେଳବାଇ

ପର୍ଯ୍ୟଟନ ଋତୁ ପାଇଁ ହେଉଥିବା ଭିଡକୁ ଦେଖି ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳ 16 ଯୋଡା ସ୍ବତନ୍ତ୍ର ଟ୍ରେନ ପ୍ରଚଳନ ଆରମ୍ଭ କରିଛି । ପଢନ୍ତୁ କେଉଁଠାରୁ କେଉଁଠି କି ଚାଲିଛି ସ୍ବତନ୍ତ୍ର ଟ୍ରେନ । କେମିତି ଜାଣିବେ ଟ୍ରେନର ସବିଶେଷ ତଥ୍ୟ ...

PHOTO
Eastcost railway

By

Published : Jan 2, 2020, 10:59 PM IST

ଭୁବନେଶ୍ବର: ପୂର୍ବତଟ ରେଳବାଇ ପକ୍ଷରୁ ଶୀତକାଳୀନ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା ହୋଇଛି I

ନିୟମିତ ଟ୍ରେନ ଭଳି ସ୍ବତନ୍ତ୍ର ଟ୍ରେନ ପ୍ରତି ଯାତ୍ରୀଙ୍କ ଆଗ୍ରହ ବଢୁଛି I ନିୟମିତ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଏଡାଇବା ସହ ଯାତ୍ରୀମାନଙ୍କୁ ସୁବିଧାରେ ଯାତ୍ରା ପାଇଁ ରେଳବାଇ ଏହି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରିଛି । ଶୀତଋତୁରେ ପୂର୍ବତଟ ରେଳପଥ ଦ୍ବାରା ଏବଂ ଏହାର ପରିସୀମା ମଧ୍ୟଦେଇ ୧୬ ଜୋଡା ସ୍ବତନ୍ତ୍ର ଟ୍ରେନ ଚାଲୁଛି ।

ଜନପ୍ରିୟ ମାର୍ଗରେ ସ୍ବତନ୍ତ୍ର ଟ୍ରେନ ଉପଲବ୍ଧ ହେଉଛି । ଅନ୍ୟ ଟ୍ରେନ ପାଇଁ ପ୍ରତିକ୍ଷାରେ ଥିବା ଯାତ୍ରୀମାନେ ସ୍ବତନ୍ତ୍ର ଟ୍ରେନରେ କନଫର୍ମ ଟିକେଟ ପାଇପାରିବେ I ହାୱଡା କିମ୍ବା ପଶ୍ଚିମବଙ୍ଗକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ହାୱଡା କିମ୍ବା ସନ୍ତ୍ରାଗାଛି-ଶାଲିମାର-କୋଲକାତାକୁ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଟିକେଟ ନେଇ ପାରିବେ I ଟ୍ରେନ ନଂ ୦୮୪୦୩-୦୮୪୦୪ ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ବତନ୍ତ୍ର ଟ୍ରେନ ପୁରୀ ଠାରୁ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ସନ୍ତ୍ରାଗାଛି ଠାରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଚଳାଚଳ କରିବ I

ସେହିପରି ୦୮୦୩୭-୦୮୦୩୮ ଶାଲୀମାର-ପୁରୀ-ସନ୍ତ୍ରାଗାଛି ସ୍ବତନ୍ତ୍ର ଟ୍ରେନ ଶାଲୀମାର ଠାରୁ ଜାନୁୟାରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ପୁରୀ ଠାରୁ ଜାନୁୟାରୀ ମାସ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଛାଡିବ I ଏହାବ୍ୟତୀତ ଟ୍ରେନନଂ ୦୩୧୦-୦୩୧୦୨ କୋଲକାତା-ପୁରୀ-କୋଲକାତା ସ୍ବତନ୍ତ୍ର ଟ୍ରେନ କୋଲକାତା ଠାରୁ ଜାନୁୟାରୀ ମାସ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଏବଂ ପୁରୀ ଠାରୁ ଜାନୁୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ରବିବାର ପର୍ଯ୍ୟନ୍ତ ଚଳାଚଳ କରିବ I


ବାଙ୍ଗାଲୋର ପାଇଁ ସ୍ବତନ୍ତ୍ର ଟ୍ରେନ: ଟିଟିଲାଗଡ-ରାୟଗଡା ମାର୍ଗ ଦେଇ ସମ୍ବଲପୁର ଓ ବନସୱାଡି (ବାଙ୍ଗାଲୋର) ମଧ୍ୟରେ ଟ୍ରେନ ନଂ ୦୮୩୦୧-୦୮୩୦୨ ସ୍ବତନ୍ତ୍ର ଟ୍ରେନ ସମ୍ବଲପୁର ଠାରୁ ପ୍ରତି ବୁଧବାର ଦିନ ମାର୍ଚ୍ଚ ମାସ ୨୫ ତାରିଖ ପର୍ଯ୍ୟନ୍ତ ଏବଂ ବନସୱାଡି ଠାରୁ ପ୍ରତି ଗୁରୁବାର ଦିନ ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ I


ସମ୍ବଲପୁର-ଟିଟିଲାଗଡ-ରାୟଗଡା ମାର୍ଗ ଦେଇ ହାଟିଆ ଓ ବାଙ୍ଗାଲୋର ମଧ୍ୟରେ ଟ୍ରେନ ନଂ ୦୮୬୩୫-୦୮୬୩୬ ସ୍ବତନ୍ତ୍ର ଟ୍ରେନ ହାଟିଆ ଠାରୁ ପ୍ରତି ଶୁକ୍ରବାର ଦିନ ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ପ୍ରତି ରବିବାର ଦିନ ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ I

ସିକନ୍ଦରାବାଦକୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର ଓ ସିକନ୍ଦରାବାଦ ମଧ୍ୟରେ ଟ୍ରେନ ନଂ ୦୮୪୦୭-୦୮୪୦୮ ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବର ଠାରୁ ପ୍ରତି ଗୁରୁବାର ଦିନ ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ ପ୍ରତି ଶୁକ୍ରବାର ଦିନ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ଟ୍ରେନ ନଂ ୦୭୪୩୮-୦୭୪୩୭ କଚେଗୁଡା ସିକନ୍ଦରାବାଦ -ଟାଟା-କଚେଗୁଡା ସ୍ବତନ୍ତ୍ର ଟ୍ରେନ (କେନ୍ଦୁଝରଗଡ-ବ୍ରହ୍ମପୁର ମାର୍ଗ ଦେଇ) କଚେଗୁଡା ଠାରୁ ପ୍ରତି ସୋମବାର ଦିନ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଏବଂ ଟାଟା ଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ଟ୍ରେନ ନଂ ୦୭୧୪୮-୦୭୧୪୭ ଶ୍ରୀକାକୁଲମ-କଚେଗୁଡା-ଶ୍ରୀକାକୁଲମ ସ୍ବତନ୍ତ୍ର ଟ୍ରେନ କଚେଗୁଡାଠାରୁ ପ୍ରତି ରବିବାର ଦିନ ଫେବୃୟାରୀ ମାସ ୨୩ ତାରିଖ ପର୍ଯ୍ୟନ୍ତ ଏବଂ ଶ୍ରୀକାକୁଲମ ଠାରୁ ପ୍ରତି ସୋମବାର ଦିନ ଫେବୃୟାରୀ ମାସ ୨୪ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ଟ୍ରେନ ନଂ ୦୮୫୦୧-୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ବିଶାଖାପାଟଣାଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ଦିନ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ I



ତିରୁପତିକୁ ସ୍ବତନ୍ତ୍ର ଟ୍ରେନ

ନଂ ୮୫୭୩-୦୮୫୭୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ବିଶାଖାପାଟଣାଠାରୁ ପ୍ରତି ସୋମବାର ଦିନ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଏବଂ ତିରୁପତି ଠାରୁ ପ୍ରତି ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ଟ୍ରେନ ନଂ ୦୬୦୧୬-୦୭୪୭୯ କଚେଗୁଡା-ଶ୍ରୀକାକୁଲମ-ତିରୁପତି ସ୍ବତନ୍ତ୍ର ଟ୍ରେନ କଚେଗୁଡାଠାରୁ ମାର୍ଚ୍ଚମାସ ୨୫ ତାରିଖ ପର୍ଯ୍ୟନ୍ତ ମଙ୍ଗଳବାର ଦିନ ଶ୍ରୀକାକୁଲମକୁ ଏବଂ ଶ୍ରୀକାକୁଲମ ଠାରୁ ଫେବୃୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ ତିରୁପତିକୁ ଯାତ୍ରାକରିବ I ଚେନ୍ନାଇ ପାଇଁ ସ୍ବତନ୍ତ୍ର ଟ୍ରେନ

୦୮୪୨୧-୦୮୪୧୨ ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି ସ୍ବତନ୍ତ୍ର ଟ୍ରେନ ସନ୍ତ୍ରାଗାଛି ଠାରୁ ମାର୍ଚ୍ଚମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ଏବଂ ଚେନ୍ନାଇ ଠାରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଚଳାଚଳ କରିବାକୁ ଥିବାବେଳେ ଟ୍ରେନ ନଂ ୦୬୦୫୮-୦୬୦୫୭ ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ ଚେନ୍ନାଇ ଠାରୁ ଫେବୃୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ ଏବଂ ସନ୍ତ୍ରାଗାଛି ଠାରୁ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଦିନ ଚଳାଚଳ କରିବ I

ସନ୍ତ୍ରାଗାଛି-କୋଏମ୍ବାଟୁର-ସନ୍ତ୍ରାଗାଛି ପାଇଁ ସ୍ବତନ୍ତ୍ର ଟ୍ରେନ ନଂ ୮୦୮୧୩-୮୦୮୨୪ ସନ୍ତ୍ରାଗାଛି-କୋଏମ୍ବାଟୁର-ସନ୍ତ୍ରାଗାଛି ସ୍ବତନ୍ତ୍ର ଟ୍ରେନ ସନ୍ତ୍ରାଗାଛି ଠାରୁ ଫେବୃୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଦିନ କୋଏମ୍ବାଟୁରକୁ ଯାତ୍ରା କରିବାକୁ ଥିବା ବେଳେ ଏହା କୋଏମ୍ବାଟୁରଠାରୁ ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାରଦିନ ସନ୍ତ୍ରାଗାଛିକୁ ଯାତ୍ରା କରିବ I

ବିଶାଖାପାଟଣା ଓ ଆରକୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନନଂ ୦୮୫୧୭-୦୮୫୧୮ ବିଶାଖାପାଟଣା-ଆରକୁ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ଜାନୁୟାରୀ ମାସ ୨୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ସ୍ଥିରୀକୃତ ଦିନ ମାନଙ୍କରେ ଚଳାଚଳ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I


ସ୍ବତନ୍ତ୍ର ଟ୍ରେନକୁ କିଭଳି ଜାଣିବେ ଯାତ୍ରୀ:

ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡକୁ ଏଡାଇବାପାଇଁ ଯାତ୍ରୀମାନେ ସ୍ବତନ୍ତ୍ର ଟ୍ରେନକୁ ଭରଷା କରିପାରନ୍ତି ଯାହା ଦ୍ବାରା ଏଥିରେ କନଫର୍ମ ବର୍ଥ ମିଳିବାର ଆଶା ଅଧିକ ଥାଏ I ସ୍ବତନ୍ତ୍ର ଟ୍ରେନ ଗୁଡିକର ମୂଳ ସଂଖ୍ୟା "୦" (ଶୂନ) କିମ୍ବା "୮" ରୁ ଆରମ୍ଭ ହୋଇଥାଏ ଏବଂ ଯାତ୍ରୀମାନେ ନ୍ୟାସନାଲ ଟ୍ରେନ ଇନକ୍ବାରୀ ସିଷ୍ଟମରେ (ଏନଟିଇଏସ) ମାଧ୍ୟମରେ କିମ୍ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ମାଧ୍ୟମରେ କିମ୍ବା ଷ୍ଟେସନ ଠାରେ ଥିବା ଅନୁସନ୍ଧାନ କେନ୍ଦ୍ରମାନଙ୍କରେ ଏହି ସ୍ବତନ୍ତ୍ର ଟ୍ରେନ ସମ୍ବନ୍ଧରେ ଜାଣି ପାରିବେ I ଏହାସହ

ଅନ ଲାଇନରେ ଟିକେଟ ବୁକ କରିବାକୁ ଥିବା ଯାତ୍ରୀମାନେ ଆଇଆରସିଟିସି ୱେବସାଇଟ ଏବଂ ମୋବାଇଲ ଆପ ମାଧ୍ୟମରେ ମଧ୍ୟ ଯାତ୍ରୀମାନେ ସ୍ବତନ୍ତ୍ର ଟ୍ରେନ ସମ୍ବନ୍ଧରେ ଜାଣି ପାରିବେ I

ଏହାସହ ଆହୁରି ଅନେକ ସ୍ବତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ କରୁଛି । ଯାହାର ସୁବିଧା ଯାତ୍ରୀ ମାନେ ନେଇ ପାରିବେ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details