ଓଡିଶା

odisha

ETV Bharat / city

ଇଞ୍ଜିନିୟର ଦିବସରେ ଦୁଃଖ ବଖାଣିଲେ ରେଲୱେ ଇଞ୍ଜିନିୟର

ଆଜି ଇଞ୍ଜିନିୟର ଦିବସ ଅବସରରେ ଇଷ୍ଟକୋଷ୍ଟ ରେଲୱେ ଇଞ୍ଜିନିୟର ଆସୋସିଏସନ ପକ୍ଷରୁ ଭୁବନେଶ୍ବର ସ୍ଥିତ ସ୍ଥାନୀୟ ରେଳ ବିହାର କମ୍ୟୁନିଟି ହଲ ପରିସରରେ ଇଞ୍ଜିନିୟର୍ସ ଡେ’ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରେଲୱେରେ କାର୍ଯ୍ୟରତ ଇଞ୍ଜିନିୟରମାନେ ନିଜ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

By

Published : Sep 15, 2019, 5:36 PM IST

ଫଟୋ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜି ଇଞ୍ଜିନିୟର ଦିବସ । ଏହି ଅବସରରେ ଇଷ୍ଟକୋଷ୍ଟ ରେଲୱେ ଇଞ୍ଜିନିୟର ଆସୋସିଏସନ ପକ୍ଷରୁ ଭୁବନେଶ୍ବର ସ୍ଥିତ ସ୍ଥାନୀୟ ରେଳ ବିହାର କମ୍ୟୁନିଟି ହଲ ପରିସରରେ ଇଞ୍ଜିନିୟର୍ସ ଡେ’ ପାଳିତ ହୋଇଯାଇଛି।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ଆୟୋଜିତ କାର୍ଯ୍ୟକ୍ରମରେ 'ରେଲୱେ ଇଞ୍ଜିନିୟର ମାନଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ' ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିରେ ଇଞ୍ଜିନିୟରମାନେ ନିଜ ଲକ୍ଷ୍ୟ ପୂରଣ ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ବାଧାବିଘ୍ନ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ଆବଶ୍ୟକତା ଠାରୁ କମ୍‌ ଲୋକବଳ ଥିଲେ ମଧ୍ୟ ସେମାନେ ନିଜର ଦକ୍ଷତା ପ୍ରତିପାଦନ କରୁଥିବା କହିଥିଲେ ।

ରେଲୱେରେ କାର୍ଯ୍ୟରତ ଇଞ୍ଜିନିୟରମାନେ ସର୍ବଦା ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଏ ସବୁ ସତ୍ତ୍ବେ ଅନ୍ୟ ସରକାରୀ ସଂସ୍ଥାରେ ଇଞ୍ଜିନିୟର ମାନଙ୍କୁ ଦିଆଯାଉଥିବା ସୁବିଧା ରେଲୱେ ବିଭାଗରେ ଦିଆନଯାଉଥିବା ଅଭିଯୋଗ କରିଥିଲେ ।

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଇଷ୍ଟ କଷ୍ଟ ରେଲୱେର ମହାପ୍ରବନ୍ଧକ ଇଂ ବିଦ୍ୟାଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ରେଳ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଇଞ୍ଜିନିୟର ମାନେ ଆଣିଥିବା ଅଭିଯୋଗର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details