ଓଡିଶା

odisha

ETV Bharat / city

ଦୀପାବଳି ପୂର୍ବରୁ ରେଳବାଇର ଚେତାବନୀ, ଟ୍ରେନରେ ବାଣ ନେଲେ ଜେଲଦଣ୍ଡ - ରେଳବାଇର ଚେତାବନୀ

ଦୀପାବଳି ପୂର୍ବରୁ ବାଣ ବା ବିସ୍ପୋରକ ପଦାର୍ଥ ପରିବହନକୁ କଡାକଡି କଲା ପୂର୍ବତଟ ରେଳପଥ । ଟ୍ରେନରେ ଏପରି ପଦାର୍ଥକୁ ପରିବହନ ନକରିବାକୁ ପୂର୍ବତଟ ରେଳବାଇର ନିର୍ଦ୍ଦେଶ। ଅଧିକ ପଢନ୍ତୁ...

ଦୀପାବଳି ପୂର୍ବରୁ ରେଳବାଇର ଚେତାବନୀ, ଟ୍ରେନରେ ବାଣ ନେଲେ ଜେଲଦଣ୍ଡ

By

Published : Oct 24, 2019, 5:17 PM IST

ଭୁବନେଶ୍ବର: ଦୀପାବଳି ପୂର୍ବରୁ ପୂର୍ବତଟ ରେଳବାଇର ଚେତାବନୀ । ଟ୍ରେନରେ ବିସ୍ଫୋରକ ପଦାର୍ଥ ବା ବାଣ ପରିବହନକୁ ନେଇ କଡାକଡି ନିୟମ । ଧରାପଡିଲେ 3 ବର୍ଷ ଜେଲଦଣ୍ଡ ।

ଦୀପାବଳି ପୂର୍ବରୁ ରେଳବାଇର ଚେତାବନୀ, ଟ୍ରେନରେ ବାଣ ନେଲେ ଜେଲଦଣ୍ଡ

ଦୀପାବଳି ପୂର୍ବରୁ ବାଣ ବିସ୍ପୋରକ ପଦାର୍ଥ ପରିବହନକୁ କଡାକଡି କଲା ପୂର୍ବତଟ ରେଳପଥ । ଟ୍ରେନରେ ଏପରି ପଦାର୍ଥକୁ ପରିବହନ ନକରିବାକୁ ଏକ ସ୍ବତନ୍ତ୍ର ଅଭିଯାନ କରିଛି ପୂର୍ବତଟ ରେଳବାଇ ।

ଦୀପାବଳି ପୂର୍ବରୁ ରେଳବାଇର ଚେତାବନୀ, ଟ୍ରେନରେ ବାଣ ନେଲେ ଜେଲଦଣ୍ଡ

ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଟ୍ରେନରେ ଯେପରି ଭାବରେ ବିସ୍ପୋରକ ଦ୍ରବ୍ୟ ପରିବହନ ନହୁଏ ସେନେଇ ଚେତାବନୀ ଦେଇଛି ପୂର୍ବତଟ ରେଳବାଇ । 1989 ଆକ୍ଟ ଅନୁସାରେ ଟ୍ରେନରେ ଏପରି ଦ୍ରବ୍ୟ ପରିବହନ କରୁଥିଲେ 3ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବିଧାନ ରହିଛି । ଏଥିପାଇଁ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି ।

ଯଦି କୌଣସି ଯାତ୍ରୀ ଏପରି କିଛି ଦେଖନ୍ତି ତେବେ ନିକଟସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛି ପୂର୍ବତଟ ରେଳପଥ । ଏହାକୁ ନେଇ ରେଳବାଇ ପକ୍ଷରୁ ସାଧାରଣ ଲୋକଙ୍କ ଏକ 182 ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details