ଓଡିଶା

odisha

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ଚଳିତବର୍ଷ ପାର କଲା ୧୦୦ ନିୟୁତ ଟନ

By

Published : Sep 13, 2021, 10:34 PM IST

ପୂର୍ବତଟ ରେଳବାଇର ନୂଆ ରେକର୍ଡ । ଚଳିତ ଆର୍ଥିକ ବର୍ଷର ପଣ୍ୟ ପରିବହନରେ ୧୦୦ ନିୟୁତ ଟନ କଲା ଅତିକ୍ରମ । ଅଧିକ ପଢନ୍ତୁ...

ପଣ୍ୟ ପରିବହନରେ ପୁର୍ବତଟ ରେଳପଥର ନୂଆ ରେକର୍ଡ, ଚଳିତବର୍ଷ ପାର କଲା ୧୦୦ ନିୟୁତ ଟନ
ପଣ୍ୟ ପରିବହନରେ ପୁର୍ବତଟ ରେଳପଥର ନୂଆ ରେକର୍ଡ, ଚଳିତବର୍ଷ ପାର କଲା ୧୦୦ ନିୟୁତ ଟନ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ପଣ୍ୟ ପରିବହନରେ ଭଲ ପ୍ରଦର୍ଶନ କରି ରେକର୍ଡ କଲା ପୂର୍ବତଟ ରେଳବାଇ । ଏପ୍ରିଲ ମାସ ପହିଲାରୁ ସେପ୍ଟେମ୍ବର ମାସ 10 ତାରିଖ ମଧ୍ୟରେ ପୂର୍ବତଟ ରେଳପଥ 100.30 ନିୟୁତ ଟନ ପଣ୍ୟ ପରିବହନ କରିଛି । ଯାହାକି ଗତ ଆର୍ଥିକ ବର୍ଷର ସମାନ ସମୟ ଅବଧି ମଧ୍ୟରେ 77.58 ନିୟୁତ ଟନ ହୋଇଥିଲା । ଯାହା22.୭୨ ନିୟୁତ ଟନ ଅଧିକ ବୋଲି ଜଣାପଡିଛି । ଏହା ଗତବର୍ଷ ତୁଳନାରେ 29.3% ଅଧିକ ଏବଂ ଲକ୍ଷ୍ୟ ଠାରୁ 5.5% ଅଧିକ ବୋଲି ପୂର୍ବଟନ ରେଳବାଇ ପକ୍ଷରୁ କୁହାଯାଇଛି ।

ଏହି ସମୟ ମଧ୍ୟରେ ରେଳ ବୋର୍ଡ ଦ୍ବାରା ସ୍ଥିର ହୋଇଥିବା ଲୋଡିଂ ଟାର୍ଗେଟ୍ 95.09 ନିୟୁତ ଟନକୁ ମଧ୍ୟ ପୂର୍ବତଟ ରେଳପଥ ଅତିକ୍ରମ କରିପାରିଛି। ପୂର୍ବତଟ ରେଳପଥର ୩ଟି ରେଳମଣ୍ଡଳ ଅର୍ଥାତ୍ ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବପର ହୋଇପାରିଛି |

ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 55.28 ନିୟୁତ ଟନ କୋଇଲା, ଷ୍ଟିଲ ପ୍ଲାଣ୍ଟ ପାଇଁ 3.66 ନିୟୁତ ଟନ କଞ୍ଚାମାଲ, 9.62 ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, 14.26 ନିୟୁତ ଟନ ଲୁହାପଥର, 0.57 ନିୟୁତ ଟନ ସିମେଣ୍ଟ, 1.41 ନିୟୁତ ଟନ ଖାଦ୍ୟ ଶସ୍ୟ, 2.43 ନିୟୁତ ଟନ ସାର, 1.07 ନିୟୁତ ଟନ ତୈଳ ଜାତୀୟ ଦ୍ରବ୍ୟ, କଣ୍ଟେନେରରେ 1.87 ନିୟୁତ ଟନ ମାଲ ପରିବହନ ଏବଂ ଅନ୍ୟାନ କାର୍ଗୋ 10.14 ନିୟୁତ ଟନ ପରିବହନ କରିଛି ।

ମାଲ ପରିବହନରେ ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କେ.କେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ଏବଂପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥା ପ୍ରମୁଖ ଭୂମିକା ଗ୍ରହଣ କିରଛନ୍ତି । ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ 67.19 ନିୟୁତ ଟନ ପଣ୍ୟ ପରିବହନ ହୋଇଥିବାବେଳେ ୱାଲଟିୟର ରେଳମଣ୍ଡଳରୁ 28.24 ନିୟୁତ ଟନ ଏବଂ ସମ୍ବଲପୁର ରେଳ ମଣ୍ଡଳରୁ 4.83 ନିୟୁତ ଟନ ପଣ୍ୟ ପରିବହନ କରାଯାଇଛି ।

ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବରର ପ୍ରଥମ 10 ଦିନ ଅର୍ଥାତ୍ 1 ରୁ 10 ସେପ୍ଟେମ୍ବର, 2021 ମଧ୍ୟରେ ପୂର୍ବତଟ ରେଳପଥ 6.01 ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାର 5.30 ନିୟୁତ ଟନ ପଣ୍ୟ ଠାରୁ 13.3% ଅଧିକ ପଣ୍ୟ ପରିବହନ ପଞ୍ଜିକରଣ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details