ଓଡିଶା

odisha

ସର୍ବାଧିକ ସ୍କ୍ରାପ୍ ଅପସାରଣ କଲା ପୂର୍ବତଟ ରେଳବାଇ, ଟାର୍ଗେଟଠାରୁ 42.61% ଅଧିକ ଆୟ

By

Published : Mar 31, 2022, 10:51 PM IST

ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ପୂର୍ବତଟ ରେଳପଥ । ଏହାଦ୍ବାରା ପୂର୍ବତଟ ରେଳପଥ ଲକ୍ଷଧାର୍ଯ୍ୟଠାରୁ 42.61% ଅଧିକ ଆୟ କରିଛି । ଅଧିକ ପଢ଼ନ୍ତୁ

ସର୍ବାଧିକ ସ୍କ୍ରାପ୍ ଅପସାରଣ କଲା ପୂର୍ବତଟ ରେଳବାଇ, ଟାର୍ଗେଟଠାରୁ 42.61% ଅଧିକ ଆୟ
ସର୍ବାଧିକ ସ୍କ୍ରାପ୍ ଅପସାରଣ କଲା ପୂର୍ବତଟ ରେଳବାଇ, ଟାର୍ଗେଟଠାରୁ 42.61% ଅଧିକ ଆୟ

ଭୁବନେଶ୍ବର:ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ଏହାର ଟାର୍ଗେଟ ଠାରୁ ସର୍ବାଧିକ ସ୍କ୍ରାପ୍‌ ଅପସାରଣ କରିଛି । ଏହାଦ୍ବାରା ଦେଶ ଅନ୍ୟ ରେଳ ଡିଭିଜନ ଅପେକ୍ଷା ସର୍ବୋଚ୍ଚ ଆୟ କରିଛି ପୂର୍ବତଟ ରେଳପଥ । ଏହା ରେଳବାଇ ବୋର୍ଡ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ ଆୟ ତୁଳନାରେ 42.61% ଅଧିକ | ପୂର୍ବତଟ ରେଳପଥ ପକ୍ଷରୁ ସ୍କ୍ରାପମୁକ୍ତ ଏବଂ ପରିବେଶ ଅନୁକୂଳ ଦିଗରେ କାର୍ଯ୍ୟ କରିବାକୁ ପ୍ରୟାସ ଜାରି ରହିଛି ।

ସର୍ବାଧିକ ସ୍କ୍ରାପ୍ ଅପସାରଣ କଲା ପୂର୍ବତଟ ରେଳବାଇ, ଟାର୍ଗେଟଠାରୁ 42.61% ଅଧିକ ଆୟ

ଏହି ପ୍ରୟାସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ପୂର୍ବତଟ ରେଳପଥ । ରେଳପଥ ଇତିହାସରେ ସର୍ବାଧିକ ସ୍କ୍ରାପ୍ ବିକ୍ରି କରିଛି ପୂର୍ବତଟ ରେଳପଥ । ଚଳିତ ଆର୍ଥିକ ବର୍ଷ ଶେଷ ହେବାର ଦୁଇଦିନ ପୂର୍ବରୁ, ପୂର୍ବତଟ ରେଳପଥ ସ୍କ୍ରାପ୍ ଅପସାରଣରୁ 313.74 କୋଟିରୁ ଅଧିକ ଆୟ କରିଛି । ଏହା ରେଳବାଇ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା 220 କୋଟି ଟଙ୍କା ଧାର୍ଯ୍ୟ ଲକ୍ଷ୍ୟଠାରୁ 93.74 କୋଟି ଟଙ୍କା ଅଧିକ |

ଗତ ଆର୍ଥିକ ବର୍ଷରେ ତୁଳନାରେ ପୂର୍ବତଟ ରେଳପଥ ଏ ବାବଦରେ 14.72% ଅଧିକ ଆୟ କରିଛି । ଗତ ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ସ୍କ୍ରାପ୍ ଅପସାରଣରୁ 273.49 କୋଟି ଟଙ୍କା ରୋଜଗାର କରିଥିଲା । ଚଳିତ ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ 188ଟି ଇ-ନିଲାମ କରିଛି । ଏଥିରେ ୱାଲଟିୟର, ଖୋର୍ଦ୍ଧା ରୋଡ, ସମ୍ବଲପୁରର ରେଳ ମଣ୍ଡଳ ସହିତ ମଞ୍ଚେଶ୍ୱର ସବାରୀ ଡବା ମରାମତି କାରଖାନା ଏବଂ ରେଲୱେ ହ୍ବିଲ୍‌ ଫ୍ୟାକ୍ଟ୍ରିକୁ ପୁନଃ ବ୍ୟବହାର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ରୂପାନ୍ତର ପାଇଁ ପଠାଯାଇଛି ।


ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ଯୋଗୁଁ ଏହି ମାଇଲ ଖୁଣ୍ଟ ଛୁଇଁଛି ପୂର୍ବତଟ ରେଳବାଇ । ଚଳିତ ବର୍ଷ ଅବଧି ମଧ୍ୟରେ ୱାଲଟିୟର ରେଳ ମଣ୍ଡଳରୁ 112.27 କୋଟି ଟଙ୍କା, ଖୋର୍ଦ୍ଧା ରୋଡ ମଣ୍ଡଳରୁ 95.64 କୋଟି, ସମ୍ବଲପୁର ମଣ୍ଡଳରୁ 39.47 କୋଟି, ମଞ୍ଚେଶ୍ୱର ସ୍ଥିତ ରେଳବାଇ ଷ୍ଟୋର ଡିପୋରୁ 31.59 କୋଟି ଏବଂ ଅନ୍ୟାନ୍ୟ ସ୍ଥାନରୁ 34.77 କୋଟି ଟଙ୍କା ଆୟ ହୋଇ ପାରିଛି । କଳକବଜା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ସହ ଜଡିତ ଶିଳ୍ପସଂସ୍ଥାରୁ ସ୍କ୍ରାପର ଉତ୍ପତି ହୋଇଥାଏ l

ଏହି ଉପକରଣ ଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ତଥା ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ କରି ଦିଆଯାଏ l ସ୍କ୍ରାପ୍କୁ ଯଥାସମୟରେ ଅପସାରଣ କରିଦେବା ଉଚିତ, ଯାହାଦ୍ୱାରା ଏଗୁଡ଼ିକୁ ପୁନଃ ବ୍ୟବହାର ପାଇଁ ଅନ୍ୟ କୌଣସି ବ୍ୟବହାରଯୋଗ୍ୟ ବସ୍ତୁରେ ରୂପାନ୍ତର କରା ଯାଇପାରିବ l ଏହାଦ୍ୱାରା ମଧ୍ୟ ପରିବେଶ ସ୍ବଚ୍ଛ ଓ ନିର୍ମଳ ରହିଥାଏ । ପୂର୍ବତଟ ରେଳବାଇ ସଠିକ ସମୟରେ ସ୍କ୍ରାପ୍ ଅପସାରଣ ପାଇଁ ସକ୍ରିୟ ପଦକ୍ଷେପ ନେଇଛି | ପୂର୍ବତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଏହାର ଉତ୍ସର୍ଗୀକୃତ IREPS (ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ) ପୋର୍ଟାଲ ମାଧ୍ୟମରେ 2013 ମସିହାଠାରୁ ସ୍କ୍ରାପ୍‌ର ଇ-ନିଲାମ କରିଆସୁଅଛି । ସ୍କ୍ରାପ୍ ସାମଗ୍ରୀର ଅପସାରଣ ପାଇଁ ଏକ ସ୍ୱଚ୍ଛ ପ୍ରକ୍ରିୟା । ପୂର୍ବତଟ ରେଳପଥରେ ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ ପ୍ରଣାଳୀ ପୋର୍ଟାଲରେ 4000ରୁ ଅଧିକ ନିଲାମଧାରୀ ପଞ୍ଜୀକୃତ ହୋଇସାରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details