ଓଡିଶା

odisha

ଯୁବପୀଢୀଙ୍କୁ ସୁଯୋଗ, 2500 ଜଣଙ୍କୁ ମାଗଣା ଟ୍ରେନିଂ ଦେବ ପୂର୍ବତଟ ରେଳବାଇ

By

Published : Aug 25, 2021, 10:57 AM IST

ପୂର୍ବତଟ ରେଳବାଇ ଦେବ ରେଳ ଦକ୍ଷତା ବିକାଶ ଯୋଜନା ଅଧୀନରେ ୨୫୦୦ ଯୁବକଙ୍କୁ ମାଗଣା ଟ୍ରେନିଂ । ଅଧିକ ପଢନ୍ତୁ...

ପୂର୍ବତଟ ରେଳବାଇ ଦେବ ରେଳ ଦକ୍ଷତା ବିକାଶ ଯୋଜନା
ପୂର୍ବତଟ ରେଳବାଇ ଦେବ ରେଳ ଦକ୍ଷତା ବିକାଶ ଯୋଜନା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ପୂର୍ବତଟ ରେଳପଥ ରେଳ ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିଛି । ଏଥିରେ ଅଢେଇ ହଜାର ଯୁବକ ସାମିଲ ହୋଇଛନ୍ତି । ସର୍ବନିମ୍ନ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା 18 ରୁ 35 ବର୍ଷ ବୟସର ପ୍ରାୟ 2500 ଯୁବକଙ୍କୁ ପୂର୍ବତଟ ରେଳପଥରେ ତିନି ବର୍ଷ ମଧ୍ୟରେ ମାଗଣା ତାଲିମ ଦେବାକୁ ନିଷ୍ପତ୍ତି ନେଇଛି ।

ବିଶାଖାପାଟନମ ଡିଜେଲ ଲୋକୋ ଶେଡ, ଅନୁଗୋଳ ଓ ବିଶାଖାପାଟନମ ସ୍ଥିତ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଏବଂ ମଞ୍ଚେଶ୍ୱରରେ ଥିବା ରେଳବାଇ ସବାରୀ ଡ଼ବା ମରାମତି କର୍ମଶାଳାରେ ୱେଲଡିଂ, ଇଲେକ୍ଟ୍ରିସିଆନ ଏବଂ ଫିଟର ଟ୍ରେଡ଼ରେ ଏହି ତାଲିମ ଦିଆଯିବ ।


ଏହି ତାଲିମ ତିନି ସପ୍ତାହରେ 100 ଘଣ୍ଟା ମଧ୍ୟରେ କ୍ଲାସ୍ ଏବଂ ପ୍ରାକ୍ଟିକାଲ୍ ଟ୍ରେନିଂ ପାଇଁ ଧାର୍ଯ୍ୟ କରାଯାଇଅଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୯ ଟା ରୁ ଅପରାହ୍ନ ୪ ଟା ପାର୍ଯ୍ୟନ୍ତ ଏବଂ ଶନିବାର ପୂର୍ବାହ୍ନ ୯ ଟା ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କ୍ଲାସ୍ ଏବଂ ପ୍ରାକ୍ଟିକାଲ୍ ଟ୍ରେନିଂ ଦିଆଯିବ । ଏହି ବିଷୟରେ ସବିଶେଷ ତଥ୍ୟ ପାଇଁ ପୂର୍ବତଟ ରେଳପଥ ୱେବସାଇଟ୍ ତଥା ସମ୍ପୃକ୍ତ ତାଲିମ କେନ୍ଦ୍ରରେ ଯୋଗାଯୋଗ କରିହେବ କିମ୍ବା ନିମ୍ନଲିଖିତ ଲିଙ୍କରେ ଆଶାୟୀ ପ୍ରାର୍ଥୀମାନେ ଅନୁକରଣ ଏବଂ ଡାଉନଲୋଡ୍ କରିପାରିବେ - https://eastcoastrail.indianrailways.gov.in ।

ବିଶାଖାପାଟନମ୍ ଏବଂ ଅନୁଗୋଳରେ ଇଲେକ୍ଟ୍ରିକାଲ ଲୋକୋ ଶେଡ୍ ପାଇଁ ଆବେଦନ ଦାଖଲ ଶେଷ ତାରିଖ 31 ଅଗଷ୍ଟ 2021 ଥିବାବେଳେ ବିଶାଖାପାଟନମ୍ ଡିଜେଲ୍ ଲୋକୋ ଶେଡ୍ ଏବଂ ମଞ୍ଚେଶ୍ୱର ସବାରୀ ଡ଼ବା ମରାମତି କର୍ମଶାଳା ପାଇଁ 3 ସେପ୍ଟେମ୍ବର, ୨୦୧୧ ତାରିଖ ଧାର୍ଯ୍ୟ କରାଯାଇଅଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details