ଓଡିଶା

odisha

ETV Bharat / city

ପରିବେଶ ପ୍ରଦୂଷଣ ରୋକିବାକୁ ପୂର୍ବତଟ ରେଳପଥର ପଦକ୍ଷେପ - ପୂର୍ବତଟ ରେଳପଥ

ପୂର୍ବତଟ ରେଳପଥ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି | ଅଧିକ ପଢନ୍ତୁ..

ପରିବେଶ ପ୍ରଦୂଷଣକୁ ରୋକିବାକୁ  ପୂର୍ବତଟ ରେଳପଥର ପଦକ୍ଷେପ
ପରିବେଶ ପ୍ରଦୂଷଣକୁ ରୋକିବାକୁ ପୂର୍ବତଟ ରେଳପଥର ପଦକ୍ଷେପ

By

Published : Jun 4, 2021, 10:32 PM IST

ଭୁବେନଶ୍ବର: ରେଳବାଇ ସାଇଡିଙ୍ଗର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୂର୍ବତଟ ରେଳପଥ ନେଲା ବିଭିନ୍ନ ପଦକ୍ଷେ । ସ୍ବୟଂଚାଳିତ କୋଚ୍ ଧୋଇବା ପ୍ଲାଣ୍ଟ, ଏଫଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ , ଯୋଡି ଝୁଲା ଡଷ୍ଟବିନ, ସ୍ବେରେଜ୍ ଏବଂ ଜଳ ବିଶୋଧନ କାରଖାନା, ବର୍ଷା ଜଳ ସଂରକ୍ଷଣ ପ୍ରଣାଳୀ, କଠିନ ବର୍ଜ୍ୟବସ୍ତୁ ପରିଚାଳନା , ସାନିଟାରୀ ପ୍ୟାଡ୍ ଭେଣ୍ଡିଙ୍ଗ ମେସିନ, ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ପ୍ରଣାଳୀ, ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ରଣାଳୀ ଆଦି ବିଭିନ୍ନ ଉପାୟ ଆଣିଛି ପୂର୍ବତଟ ରେଳବାଇ ।

ପରିବେଶ ପ୍ରଦୂଷଣକୁ ରୋକିବାକୁ ପୂର୍ବତଟ ରେଳପଥର ପଦକ୍ଷେପ

ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଭାରତୀୟ ରେଳ, ବିଶେଷ ଭାବରେ ପୂର୍ବ ତଟ ରେଳପଥ ବିଭିନ୍ନ କାର୍ଯ୍ୟକଳାପ ପ୍ରତି ଦୃଷ୍ଟିଦେଇଛି । ସ୍ବଚ୍ଛତା କାର୍ଯ୍ୟକ୍ରମ ଠାରୁ ପ୍ରାରମ୍ଭ କରି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପ୍ରଦୂଷଣମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ଆସୁଅଛି ରେଳବାଇ । ଭାରତୀୟ ରେଳ ଦୁନିଆର ସବୁଠୁ ବଡ ସବୁଜ ରେଳ ହେବା ପାଇଁ ମିଶନ୍ ମୋଡରେ କାର୍ଯ୍ୟ କରୁଛି ଏବଂ 2030 ପୂର୍ବରୁ ଏକ “ନେଟ୍ ଜିରୋ କାର୍ବନ ନିର୍ଗମନକାରୀ” ହେବାକୁ ଯାଉଛି।

ପରିବେଶ ପ୍ରଦୂଷଣକୁ ରୋକିବାକୁ ପୂର୍ବତଟ ରେଳପଥର ପଦକ୍ଷେପ

ରେଳବାଇ ଏକ ପରିବେଶ ଅନୁକୂଳ, ଦକ୍ଷ, ବ୍ୟୟବହୁଳ, ସମୟାନୁବର୍ତ୍ତୀ ହେବାପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଦ୍ବାରା ପରିଚାଳିତ ଏବଂ ନୂତନ ଭାରତର ବୃଦ୍ଧିପାଉଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଉଭୟ ଯାତ୍ରୀ ଓ ପଣ୍ୟ ପରିବହନର ଚାହିଦା ପୂରଣ କରିଆସୁଅଛି । ଟ୍ରେନରେ ବାୟୋ-ଟଏଲେଟ୍ ଯୋଗାଇବା, ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ କ୍ରସିଂ ମେସିନ୍ ଯୋଗାଇବା, ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ନିୟମିତ ପରିଷ୍କାର ଅଭିଯାନ ବ୍ୟତୀତ ଆହୁରି ଅନେକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଗୁଡିକ ପ୍ରତି ଧ୍ୟାନ ଦେଉଛି ପୂର୍ବତଟ ରେଳପଥ । ଏହା ବାଦ ବର୍ତ୍ତମାନ ଇକୋସିଷ୍ଟମ ପୁନରୁଦ୍ଧାର ପାଇଁ ଏହାର କାର୍ଯ୍ୟଧାରାକୁ ଆହୁରି ଉନ୍ନତ କରିବାକୁ ପ୍ରସ୍ତୁତ ହେଉଛି।

ରେଳବାଇ ସାଇଡିଙ୍ଗ ଗୁଡିକରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ , ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ରେଳ ସାଇଡିଙ୍ଗ ଗୁଡିକରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନେଇଛି। ପର୍ଜନପୁର, ଗୋଆଲଡିହ, ଦୈତାରୀ, ନୟାଗଡ଼, ରାଜଆଠଗଡ଼, ନିର୍ଗୁଣ୍ଡି ଏବଂ ସୁକିନ୍ଦା ଇତ୍ୟାଦି ଷ୍ଟେସନ ସାଇଡିଙ୍ଗ ମାନଙ୍କରେ ଧୂଳି ସମସ୍ୟା ଏଡ଼ାଇବାପାଇଁ ବିହିତ ପଦକ୍ଷେପ ସହିତ ଡ୍ରେନେଜ୍ ପ୍ରଣାଳୀ, ଏଫଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ, ସାଇଡିଙ୍ଗ ଚାରିକଡେ ପ୍ରାଚୀର ନିର୍ମାଣ ଏବଂ ଜଳ ସିଞ୍ଚନ ବ୍ୟବସ୍ଥା ମନ କରାଯାଉଅଛି ।

ଟ୍ରେନ ଗୁଡିକୁ ଖୁବ କାମ ଜଳ ଦ୍ବାରା ଧୋଇବା ସହିତ ସ୍ବଳ୍ପ ବ୍ୟୟରେ ସମ୍ପୁର୍ଣ୍ଣ କୋଚକୁ ପରିସ୍କାର କରିବା ପାଇଁ ପୁରୀ ଏବଂ ବିଶାଖାପାଟନମ କୋଚିଂ ଡିପୋରେ ଅଟୋମେଟିକ କୋଚ ୱାଶିଂ ପ୍ଲାଣ୍ଟ ଯୋଗାଇ ଦିଆଯାଇଛି | ଅଟୋମେଟିକ କୋଚ୍ ୱାଶିଂ ପ୍ଲାଣ୍ଟ ଏକ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସହିତ ସଜ୍ଜିତ ହୋଇଛି । ଯେଉଁଠାରେ ବ୍ୟବହୃତ ଜଳର ପୁନଃ ଉପଯୋଗୀ କରାଯାଏ ଏବଂ ଏଥିରୁ ନିଷ୍କାସିତ ଜଳ ପରିବେଶ ନିୟମକୁ ପୂରଣ କରେ । ମନୁଷ୍ୟକୃତ ଧୋଇବା ତୁଳନାରେ ଏହି ପ୍ଲାଣ୍ଟ କମ ଜଳ ବ୍ୟବହାର କରେ ଯାହା ଦ୍ବାରା ପ୍ରତିବର୍ଷ ବିପୁଳ ନିୟୁତ ଲିଟର ମଧୁର ଜଳ ସଞ୍ଚୟ ହୁଏ ।

ପୁରୀ, ଭୁବନେଶ୍ବର, ବିଶାଖାପାଟନମ୍ ଠାରେ ଅବସ୍ଥିତ କୋଚିଂ ଡିପୋରେ ଏବଂ ମଞ୍ଚେଶ୍ବର ରେଳବାଇ ସଵାରୀ ଡବା ମରାମତି କାରଖାନା ସହିତ ଖୋର୍ଦ୍ଧା ରୋଡ଼, ସମ୍ବଲପୁର, ୱାଲଟିୟର ରେଳମଣ୍ଡଳ ସ୍ଥିତ ଚିକିତ୍ସାଳୟ ଓ ମୁଖ୍ୟାଳୟ ଭୁବନେଶ୍ବରରେ ଥିବା ରେଳବାଇ ଚିକିତ୍ସାଳୟ ମାନଙ୍କରେ ଏଫଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବା ସହିତ ରେଳପଥ ପରିସୀମା ମଧ୍ୟରେ ଆହୁରି ଅନେକ ସ୍ଥାନରେ ବ୍ୟବହୃତ ଜଳକୁ ପୁନଃ ପ୍ରକ୍ରିୟାକରଣ କରାଯାଇ ଏହାକୁ ଉପଯୋଗୀ କରାଇବା ପାଇଁ ଏହି ପ୍ଲାଣ୍ଟ ସହାୟକ ହୋଇପାରିଛି । ଯାହା ଦ୍ବାରା ମୂଲ୍ୟବାନ ଜଳ ସଂରକ୍ଷଣ ହୋଇପାରୁଛି। ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବତଟ ରେଳପଥର ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରେଳ ଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କୁ ସର୍ବୋଚ୍ଚ ଶ୍ରେଣୀର ଚତୁପାର୍ଶ୍ଵର ଉନ୍ନତ ମଧ୍ୟରେ ସେବା ଯୋଗାଇଦେବା ନିମନ୍ତେ ଏହି ରେଳପଥ ବଦ୍ଧପରିକର | ଜୁନ୍ 5 ରେ ବିଶ୍ବ ପରିବେଶ ଦିବସ ଅବସରରେ ପୂର୍ବତଟ ରେଳପଥ ପ୍ରଦୂଷଣ ମୁକ୍ତ ପରିବହନ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details