ଓଡିଶା

odisha

ETV Bharat / city

Cyclone Jawad: ପୂର୍ବତଟ ରେଳପଥର ସତର୍କତା ମୂଳକ ପଦକ୍ଷେପ - ବାତ୍ୟା ଜୱାଦ ନ୍ୟୁଜ

ବାତ୍ୟା 'ଜୱାଦ'(Jawad) ପ୍ରତି ସତର୍କ ରହିବା ସହ ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା ଗ୍ରହଣ କରିଛି ପୂର୍ବତଟ ରେଳପଥ । ଅଧିକ ପଢନ୍ତୁ

East Coast Railway ready to tackle Cyclone Jawad with precautionary measure
Cyclone Jawad: ପୂର୍ବତଟ ରେଳପଥର ସତର୍କତା ମୂଳକ ପଦକ୍ଷେପ

By

Published : Dec 2, 2021, 10:34 PM IST

ଭୁବନେଶ୍ବର: ବାତ୍ୟା 'ଜୱାଦ' ପ୍ରତି ସତର୍କ ରହିବା ସହ ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା ଗ୍ରହଣ କରିଛି ପୂର୍ବତଟ ରେଳପଥ (East Coast Railway) । ଲେଲୱେ ପୋଲ, ଟ୍ରାକ, ୟାର୍ଡ ଓ ସିଗନାଲ ପଦ୍ଧତି ଗୁଡ଼ିକ ଉପରେ ନଜର ରଖାଯାଇଛି। ପାଣି ଜମିବା ଓ ସାଇଟ ଡ୍ରେନ ଉପରେ ପଡ଼ିଥିବା ପଙ୍କ, ଗଛଲତା ଓ ଅନ୍ୟାନ୍ୟ ପ୍ରତିବନ୍ଧକ ଗୁଡିକୁ ଦୃଷ୍ଟିରେ ରଖି ପରିସ୍କାର କରାଯାଇଛି ।

ବାତ୍ୟା ଜୱାଦ ପ୍ରଭାବକୁ ଏଡ଼ାଇବା ପାଇଁ ଆହ୍ବାନମୂଳକ ପଦକ୍ଷେପ ଗ୍ରହଣ କରିଛି ପୂର୍ବତଟ ରେଳପଥ। ଅତୀତର ଅଭିଜ୍ଞତାକୁ ପାଣିପାଗ ବିଭାଗର ପୂର୍ବାନୁମାନରୁ ଏହା ସହାୟତା ଲାଭ କରିବ । ଯଦି ଜୱାଦ ପ୍ରଭାବ ପଡ଼େ ତେବେ ପୂର୍ବତଟ କେଳପଥ ଯଥା ଶୀଘ୍ର ଟ୍ରେନ ଚଳାଚଳ ଓ ରେଲୱେ ଟ୍ରାକର ପୁନଃ କାର୍ଯ୍ୟକ୍ଷମ ପାଇଁ ସମ୍ପୂର୍ଣ ଭାବରେ ଯୋଜନା କରିଛି । ଦିନରାତି ବିପର୍ଯ୍ୟୟ ପରିଚାଳନା ସେଲକୁ ଏହାର ମୁଖ୍ୟ କାର୍ଯ୍ୟାଳୟ, ରେଳ ସଦନଠାରେ ଖୋଲାଯାଇଛି ଆଉ ମଧ୍ୟ ଡିଭିଜନାଲ ମୁଖ୍ୟାଳୟ ଯଥା ବିଶାଖାପାଟଣା, ଖୋର୍ଦ୍ଧାରୋଡ଼ ଓ ସମ୍ବଲପୁରରେ ସ୍ଥାପନ କରାଯାଇଛି ।

ପୂର୍ବତଟ ରେଳପଥ ମଧ୍ୟ ଆପଦ ହୀନ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ କରିଛି । ଟ୍ରାକ୍ ସୁରକ୍ଷା, ଓଭରହେଡ଼ ବିଦ୍ୟୁତ୍ ଟ୍ରାକ, ସିଗନାଲିଂ ପଦ୍ଧତି ଓ ବିଦ୍ୟୁତିକରଣ ତୁରନ୍ତ ପୁନଳଦ୍ଧାର ପାଇଁ ସ୍ଵତନ୍ତ୍ର ଟିମକୁ ନିୟୋଜିତ କରିଛି । ଯଦି ବିଜୁଳି ନରହେ ତେବେ କିଛି ଜେନେରେଟର ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ପୂର୍ବ ତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଟ୍ରେନ ଚଳାଚଳକୁ ସୁରକ୍ଷିତ କରିବା ଲାଗି କୌଣସି ଜରୁରୀ କାଳୀନ ପରିସ୍ଥିତି ଯଥା ରେଳ ଟ୍ରାକ ନିକଟରେ ବନ୍ୟା ସ୍ଥିତି ପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ଜରୁଳୀ କାଳୀନ ବିଜୁଳି ଯୋଗାଣକୁ ପ୍ରସ୍ତୁତ ରଖୁବା ସହ କ୍ଷେତ୍ର କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟରେ ସଚ୍ଚାଗତା ପ୍ରତି ଗୁରୁତ୍ବ ଦେଇଛନ୍ତି। ରେଲୱେ ସୁରକ୍ଷା ଦଳ ଜରୁରୀ କାଳୀନ ଆବଶ୍ୟକତା ଅନୁସାରେ ସହଯୋଗ କରିବେ ଏବଂ NDRF ଦଳ ସହ ସର୍ବଦା ସଂପର୍କ ସ୍ଥାପନ ରଖିବେ। ସବୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଓ ରେଲ କଲୋନି ଓ ଷ୍ଟେସନ ଅଞ୍ଚଳରେ RPF ଯବାନ ମାନଙ୍କୁ ନିୟୋଜିତ କରାଯିବ । ଜରୁରୀ କାଳୀନ ଟ୍ରେନ ଚଳାଚଳ ପାଇଁ ଡିଜେଲ ଇଞ୍ଜିନକୁ କାର୍ଯ୍ୟକାରୀ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details