ଓଡିଶା

odisha

କିଛି ବିଶେଷ ଟ୍ରେନରେ ସିଜିନ ଟିକେଟ୍ ବ୍ୟବସ୍ଥା ପୁନଃ ପ୍ରଚଳନ କଲା ପୂର୍ବତଟ ରେଳପଥ

By

Published : Sep 23, 2021, 8:42 PM IST

ନିୟମିତ ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ପୁଣି ସିଜିନ ଚିକେଟ ବ୍ୟବସ୍ଥା ଆରମ୍ଭ କଲା ପୂର୍ବତଟ ରେଳବାଇ । ଏବେ ମାତ୍ର କିଛି ନିର୍ଦ୍ଦିଷ୍ଟ ବିଶେଷ ଟ୍ରେନରେ ଏହି ବ୍ୟବସ୍ଥାକୁ ଅନୁମତି । ଅଧିକ ପଢନ୍ତୁ...

କିଛି ବିଶେଷ ଟ୍ରେନରେ ସିଜିନ ଟିକେଟ୍ ପୁନଃ ପ୍ରଚଳନ କଲା ପୂର୍ବତଟ ରେଳପଥ
କିଛି ବିଶେଷ ଟ୍ରେନରେ ସିଜିନ ଟିକେଟ୍ ପୁନଃ ପ୍ରଚଳନ କଲା ପୂର୍ବତଟ ରେଳପଥ

ଭୁବନେଶ୍ବର:ଟ୍ରେନରେ ଦୈନଦିନ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। କିଛି ସ୍ବତନ୍ତ୍ର ଟ୍ରେନରେ ସିଜିନ ଟିକେଟ ବ୍ୟବସ୍ଥା ପୁନଃପ୍ରଚଳନ କଲା ପୂର୍ବତଟ ରେଳବାଇ । ଏହାର ସୁବିଧା ପାଇବେ ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀ। ପ୍ରତ୍ୟେକ ଯାତ୍ରା ସମୟରେ ଟିକେଟ ନକରି ମାସିକ ଅବଧି ପାଇଁ ଏକକାଳୀନ ଟିକେଟ କରି ଏହି ବ୍ୟବସ୍ଥାରେ ସୁବିଧା ପାଇପାରିବେ ଯାତ୍ରୀ। କୋଭିଡ କଟକଣା ପାଇଁ ସାମୟିକ ବନ୍ଦ ଥିବା ଏହି ବ୍ୟବସ୍ଥାକୁ ପୁଣି ଥରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ।

ବର୍ତ୍ତମାନ ଏହି ସିଜିନ ଟିକେଟ ବ୍ୟବସ୍ଥା କିଛି ନିର୍ଦ୍ଦିଷ୍ଟ ଟ୍ରେନ ପାଇଁ ଉପଲବ୍ଧ ହେବା ପାଇଁ ନିଷ୍ପତ୍ତି ହୋଇଛି। ସେହି ଟ୍ରେନ ଗୁଡିକ ହେଲା।

1. 08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ

2. 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ବିଶେଷ

3. 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ ବିଶେଷ

4. 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ

5. 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ବିଶେଷ

6. 07266/07265 ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ

ଉପରୋକ୍ତ ଟ୍ରେନ ଗୁଡିକ ବ୍ୟତୀତ ଯାତ୍ରୀମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ଗୁଡିକରେ ସିଜିନ ଟିକେଟ ସହିତ ଯାତ୍ରା କରିବା ପାଇଁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details