ଓଡିଶା

odisha

24 ଯୋଡା ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ ପୁନଃପ୍ରଚଳନ କଲା East Coast Railway

By

Published : Nov 25, 2021, 8:47 PM IST

24 ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍ ପୁନଃ ପ୍ରଚଳନ କଲା ପୂର୍ବତଟ ରେଳପଥ । ଅଧିକ ପଢନ୍ତୁ

24 ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍ ପୁନଃପ୍ରଚଳନ କଲା East Coast Railway
http:24 ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍ ପୁନଃପ୍ରଚଳନ କଲା East Coast Railway//10.10.50.80//odisha/25-November-2021/od-bbsr-04-railways-mst-started-7206049_25112021172722_2511f_1637841442_1010.gif

ଭୁବନେଶ୍ବର:ପୂର୍ବତଟ ରେଳପଥ (East Coast Railway)ପରିସୀମା ମଧ୍ୟରେ 11 ଯୋଡ଼ା ଆନ୍ତଃଜୋନ୍ ଏକ୍ସପ୍ରେସ୍, 8 ଯୋଡ଼ା ଲୋକାଲ୍ ସ୍ୱତନ୍ତ୍ର ଟ୍ରେନ ଏବଂ 5 ଯୋଡ଼ା ଆନ୍ତଃଜୋନ୍ ସ୍ପେଶାଲ୍ ଟ୍ରେନ୍ ସହିତ ସମୁଦାୟ 24 ଯୋଡ଼ା ଟ୍ରେନରେ ସିଜନ୍ ଟିକେଟ୍ (season tickets system) ସୁବିଧା ପ୍ରଚଳନ କରାଯାଇଛି । ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଆହୁରି ୮ ଯୋଡ଼ା ଟ୍ରେନରେ ମାସିକ ସିଜିନ ଟିକେଟ୍ (MST) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି ।

ଏହି ଟ୍ରେନ୍ ଗୁଡିକ ହେଉଛି:-

୧. 18301/18302-ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ
୨. 22819/22820-ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ
୩. 18417/18418-ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ
୪. 12893/12894-ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ
୫. 18528/18527-ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ଏକ୍ସପ୍ରେସ୍
୫. 18443/18444-ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଏକ୍ସପ୍ରେସ
୬. 18043/18044-ଭଦ୍ରକ-ହାଓଡ଼ା-ଭଦ୍ରକ ଏକ୍ସପ୍ରେସ
୭. 18038/18037 -ଯାଜପୁର କେନ୍ଦୁଝର ରୋଡ଼ -ଖଡ଼ଗପୁର -ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ


ଏହାପୂର୍ବରୁ, ପୂର୍ବତଟ ରେଳପଥ (East Coast Railway) ମଧ୍ୟରେ ୧୬ ଯୋଡ଼ା ବିଶେଷ ଟ୍ରେନ ଯଥା 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ, 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ, 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ, 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ, 08404/08403 ପୁରୀ-ଖୋର୍ଦ୍ଧା ରୋଡ଼-ପୁରୀ ବିଶେଷ ଟ୍ରେନ, 68050/68049 ଭଦ୍ରକ-ଖଡଗପୁର-ଭଦ୍ରକ ବିଶେଷ ଟ୍ରେନ, 08004/08003 ଭଦ୍ରକ-ହାଓଡ଼ା-ଭଦ୍ରକ ବିଶେଷ ଟ୍ରେନ, 08428/08427 ପୁରୀ-ଅନୁଗୁଳ-ପୁରୀ, 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍, 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍, 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍, 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ଏବଂ 07266/07265 ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ, 18531/18532 ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ, 18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, 18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ ଦ୍ୱାରା MST / QST ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଥିଲା ।

ବର୍ତ୍ତମାନ ଯାତ୍ରୀମାନେ 24 ଯୋଡି ସ୍ୱତନ୍ତ୍ର ଟ୍ରେନରେ MST / QST ସୁବିଧା ପାଇପାରିବେ।
ଉପରୋକ୍ତ 24ଟି ବିଶେଷ ଟ୍ରେନ ଗୁଡିକ ବ୍ୟତୀତ ଯାତ୍ରୀମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ମାନଙ୍କରେ ସିଜିନ ଟିକେଟ୍ (MST) / ତ୍ରୟମାସିକ ସିଜିନ ଟିକେଟ୍ (QST) ସହିତ ଯାତ୍ରା କରିବାକୁ ରେଳ ବିଭାଗ ପକ୍ଷରୁ ଅନୁମତି ଦିଆଯାଇନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details