ଭୁବନେଶ୍ବର: ବାତ୍ୟା ପାଇଁ ପୂର୍ବତଟ ରେଳବାଇର ଆଗୁଆ ସାବଧାନତା ଜାରି । ଅମ୍ଫାନ ବାତ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ପସ୍ତୁତ ରହିଛି । ପୂର୍ବ ବାତ୍ୟାରେ ରେଳ ବିଭାଗର ସମ୍ପତ୍ତି ଧ୍ବଂସକୁ ଦୃଷ୍ଟିରେ ରଖି ଏଭଳି ପ୍ରସ୍ତୁତି କରିଛି ପୂର୍ବତଟ ରେଳପଥ । ଯଦି ଅମ୍ଫାନ ବାତ୍ୟାରେ କ୍ଷୟକ୍ଷତି ହୁଏ ତେବେ ଖୁବଶୀଘ୍ର ମରାମତି କରିବାକୁ ଯୋଜନା କରାଯାଇଛି ।
ରେଳ ବ୍ରିଜ, ଟ୍ରାକ୍, ସିଗନାଲ ପଦ୍ଧତିର ସୁରକ୍ଷା ପାଇଁ କର୍ମଚାରୀ ପହରା ଦେବେ । ରେଲୱେ ଟ୍ରାକ ମରାମତି ପାଇଁ ପ୍ରଚୁର ପରିମାଣରେ ରିଜର୍ଭ ସାମଗ୍ରୀ ମହଜୁଦ ରଖାଯାଇଛି । ଏହାସହ ଯଦି କିଛି ସମସ୍ୟା ସୃଷ୍ଟି ହୁଏ ତେବେ ଅତିରିକ୍ତ କଣ୍ଟ୍ରୋଲ ରୁମ ଓ ପୂର୍ବତଟ ରେଳପଥ ବିପର୍ଯ୍ୟୟ ପରିଚାଳନା ସେଲ ଖୋଲାଯିବ । ସେହିପରି ଟ୍ରେନ ଚଳାଚଳ ପାଇଁ ବିଦ୍ୟୁତ ଯୋଗାଣ ବନ୍ଦ ହେଲେ ଡିଜେଲ ଇଞ୍ଜିନ ରଖାଯାଇଛି ।