ଭୁବନେଶ୍ବର:ଚଳିତ ଆର୍ଥିକ ବର୍ଷ ଶେଷ ହେବାର 38ଦିନ ପୂର୍ବରୁ ଅର୍ଥାତ୍ 1 ଏପ୍ରିଲ୍ 2021 ରୁ ଚଳିତ ବର୍ଷ ଫେବୃଆରୀ 21 ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇକୁ ରେକର୍ଡକୁ ଅତିକ୍ରମ କରିସାରିଛି । ନୂତନ ଭାବେ ଜୋନ୍ ଆରମ୍ଭ ହେବା ଦିନଠାରୁ ପୂର୍ବତଟ ରେଳପଥ କ୍ରମାଗତ ଭାବରେ ପୂର୍ବବର୍ଷ ତୁଳନାରେ ପଣ୍ୟ ବୋଝେଇରେ ବର୍ଦ୍ଧିତ ବୋଝେଇ ପ୍ରଦର୍ଶନ କରି ଆସୁଅଛି ।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 2021 ମସିହା ଏପ୍ରିଲ ପହିଲା ଠାରୁ 21 ଫେବୃଆରୀ, 2022 ସୁଦ୍ଧା ପୂର୍ବତଟ ରେଳପଥ 205.37 ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ 204.90 ନିୟୁତ ଟନ ମାଲ ପରିବହନକୁ ଅତିକ୍ରମ କରି 0.23% ଅଭିବୃଦ୍ଧି ଆଣିପାରିଛି । ମୋଟାମୋଟି ଭାବେ ଗତ ଆର୍ଥିକ ବର୍ଷର ସମାନ ସମୟ ଅପେକ୍ଷା ପୂର୍ବତଟ ରେଳପଥ 15% ଅଧିକ ମାଲ ପରିବହନ କରିଛି ।
ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ 116.10 ନିୟୁତ ଟନ କୋଇଲା, 7.29 ନିୟୁତ ଟନ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କଞ୍ଚାମାଲ, 18.87 ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, 27.92 ନିୟୁତ ଟନ ଲୁହ ପଥର, 1.17 ନିୟୁତ ଟନ ସିମେଣ୍ଟ, 2.61 ନିୟୁତ ଟନ ଖାଦ୍ୟ ଶସ୍ୟ, 5.1 ନିୟୁତ ଟନ ଫର୍ଟିଲାଇଜର, 2.38 ନିୟୁତ ଟନ ଖଣିଜ ତୈଳ ଏବଂ 23.94 ନିୟୁତ ଟନ କଣ୍ଟେନରରେ ମାଲ ପରିବହନ ସାମଗ୍ରୀ ସହିତ ଅନ୍ୟାନ୍ୟ କାର୍ଗୋ ପରିବହନ ।