ଓଡିଶା

odisha

ETV Bharat / city

କୋଭିଡ ଝଟକା: ଗଡୁନି ଟ୍ରେନ, 500 କୋଟିର କ୍ଷତି ସହିଲାଣି ପୂର୍ବତଟ ରେଳବାଇ - East Coast railway faced mounting 500 crore losses for pandemic

ପୂର୍ବତଟ ରେଳବାଇକୁ କୋରୋନା ଝଟକା । ଲକ୍‌ଡାଉନ୍‌ ଫଳରେ କ୍ଷତି ସହୁଛି ରେଳବାଇ । ଅଧିକ ପଢନ୍ତୁ...

କୋଭିଡ ଝଟକା: ଗଡୁନି ଟ୍ରେନ, 500 କୋଟିର କ୍ଷତି ସହିଲାଣି ପୂର୍ବତଟ ରେଳବାଇ
କୋଭିଡ ଝଟକା: ଗଡୁନି ଟ୍ରେନ, 500 କୋଟିର କ୍ଷତି ସହିଲାଣି ପୂର୍ବତଟ ରେଳବାଇ

By

Published : Aug 13, 2020, 2:00 PM IST

ଭୁବନେଶ୍ବର: ଶୁଭୁନି ଟ୍ରେନର ଛୁକ୍‌ ଛୁକ୍‌ ଶବ୍ଦ । ଖାଁ ଖାଁ ପଡିଛି ଭୁବନେଶ୍ବର ରେଳ ଷ୍ଟେସନ। 6 ମାସ ତଳେ ଦେଶର ଅନ୍ୟତମ ବ୍ୟସ୍ତବହୁଳ ରେଳ ଷ୍ଟେସନକୁ ଏବେ ଗଡୁଛି ହାତଗଣତି କେତୋଟି ଟ୍ରେନ।

କୋଭିଡ ଝଟକା: ଗଡୁନି ଟ୍ରେନ, 500 କୋଟିର କ୍ଷତି ସହିଲାଣି ପୂର୍ବତଟ ରେଳବାଇ

କୋଭିଡ ମାଡରେ ଧରାଶାୟୀ ହୋଇପଡିଛି ଶତାବ୍ଦୀ, ଫାଲକାନମା, ପୁରୀ ହାୱଡା ଭଳି ଅନେକ ଟ୍ରେନ। ମାର୍ଚ୍ଚମାସରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମାର୍ଚ୍ଚ 23ରୁ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ ମେ ଆରମ୍ଭରୁ କିଛି ଟ୍ରେନ ଚଳାଚଳ କରିଥିଲେ ବି ସ୍ଥିତି ସୁଧୁରିନି ।

ତଥ୍ୟ ଅନୁସାରେ, ମାର୍ଚ୍ଚ ମାସରେ ଦୈନିକ ପ୍ରାୟ 4 କୋଟି ଟଙ୍କା ସଂଗ୍ରହ କରୁଥିଲା ପୂର୍ବତଟ ରେଳପଥ। ହେଲେ ଆଜିର ଦିନରେ ମାତ୍ର 90 ଲକ୍ଷ ଟଙ୍କା ଆୟ କରୁଛି। ସେହିଭଳି ଦିନକୁ ଗଡୁଥିବା ଟ୍ରେନ ସଂଖ୍ୟା ଯଦି ଦେଖିବା, ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ପୂର୍ବତଟ ରେଳପଥ ଅଧିନରେ 125ଟି ଟ୍ରେନ ଯିବାଆସିବା କରୁଥିବାବେଳେ ଏବେ ମାତ୍ର 10ରୁ 12ଟି ଟ୍ରେନ ଚାଲୁଛି। ଓଡିଶା ଭିତରେ କେବଳ ବଲାଙ୍ଗୀର, କୋରାପୁଟ ଓ ରାଉରକେଲାକୁ ଟ୍ରେନ ଗଡୁଛି।

ତେବେ ପୂର୍ବରୁ ଦୈନିକ ପ୍ରାୟ 1 ଲକ୍ଷ 78 ହଜାର 840 ଟିକେଟ ବୁକିଂ ହେଉଥିବାବେଳେ ଏବେ 70 ହଜାର 800 ଟିକେଟ ବୁକିଂ ହେଉଛି। ସେହିପରି ସଂରକ୍ଷଣ ଟିକେଟ, ପୂର୍ବରୁ 44, 072 ବୁକିଂ ହେଉଥିବାବେଳେ ଏବେ ଦିନକୁ 5000 ରହିଛି।

ସେପଟେ ସାଧାରଣ ପାସେଞ୍ଜର ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। କମ ଟ୍ରେନ ଥିବାରୁ କିଏ ଟିକେଟ ବାତିଲ କରୁଛି ତ କିଏ ଟିକେଟ ପାଇଁ ଲମ୍ବା ସମୟ ଅପେକ୍ଷା କରି ରହୁଛି।

ତେବେ ଏପରି ସ୍ଥିତି ଯଦି ଆଗକୁ ଲାଗି ରହେ ତାହେଲେ କ୍ଷତିରେ ଚାଲୁଥିବା ରେଳବାଇ ଆଗକୁ ଅଧିକ କ୍ଷତି ସହିବା ଚିତ୍ର ସ୍ପଷ୍ଟ। ସେପଟେ ଏପରି ସ୍ଥଳେ ଯାତ୍ରୀ ବି ନାହିଁ ନଥିବା ସମସ୍ୟାର ସାମ୍ନା କରୁଥିବାରୁ ସେଦିଗକୁ ବି ଧ୍ୟାନ ଦେବାକୁ ପଡିବ ବୋଲି କୁହାଯାଉଛି । କିନ୍ତୁ ଏ ସମ୍ପର୍କରେ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details