ଓଡିଶା

odisha

ETV Bharat / city

ହର ଘର ତିରଙ୍ଗା ଅଭିଯାନରେ ପୂର୍ବତଟ ରେଳପଥ, ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ - ରେଳ ଷ୍ଟେସନରେ ସେଲଫି ପଏଣ୍ଟ

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ପୂର୍ବତଟ ରେଳପଥ କର୍ମଚାରୀ । ସମସ୍ତ ରେଲୱେ କ୍ବାର୍ଟର୍ସ ଓ ରେଳ ଷ୍ଟେସନ ଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏହି ଅଭିଯାନକୁ ସ୍ମରଣୀୟ କରାଇବା ପାଇଁ ବିଭିନ୍ନ ରେଳ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି । ଅଧିକ ପଢ଼ନ୍ତୁ

ହର ଘର ତିରଙ୍ଗା ଅଭିଯାନରେ ପୂର୍ବତଟ ରେଳପଥ, ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ
ହର ଘର ତିରଙ୍ଗା ଅଭିଯାନରେ ପୂର୍ବତଟ ରେଳପଥ, ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ

By

Published : Aug 14, 2022, 8:14 AM IST

ଭୁବନେଶ୍ବର:ପୂର୍ବତଟ ରେଳପଥ କର୍ମଚାରୀ ମାନେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି । ସମସ୍ତ ରେଲୱେ କ୍ବାର୍ଟର୍ସ ମାନଙ୍କରେ ତ୍ରିରଙ୍ଗା ଉଡ଼ାଇବା ସହ ଏହାର ପରିସୀମା ମଧ୍ୟରେ ଥିବା ସମସ୍ତ ରେଳ ଷ୍ଟେସନ ଏବଂ ରେଳ ପ୍ରତିଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏହି ଅଭିଯାନକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ହର ଘର ତିରଙ୍ଗା ଅଭିଯାନରେ ପୂର୍ବତଟ ରେଳପଥ, ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ

ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ପୂର୍ବତଟ ରେଳପଥ ଆଜାଦିର ଅମୃତ ମହୋତ୍ସବରେ ସାମିଲ ହୋଇଛି । 'ହର ଘର ତ୍ରିରଙ୍ଗା' ଅଭିଯାନକୁ ସଫଳ କରାଇବା ପାଇଁ କର୍ମଚାରୀମାନଙ୍କୁ ନିଜ ଘରେ 13 ରୁ 15 ଅଗଷ୍ଟ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବାକୁ ପ୍ରୋତ୍ସାହିତ କରିଛି । ଏହି ପଦକ୍ଷେପ ପଛରେ ଥିବା ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ହୃଦୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ଏବଂ ଭାରତୀୟ ଜାତୀୟ ପତାକା ବିଷୟରେ ସଚେତନତା ସୃଷ୍ଟି କରିବା । ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ବରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ 'ହର ଘର ତ୍ରିରଙ୍ଗା' ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରାଇବା ପାଇଁ ବିଭିନ୍ନ ରେଳ ଷ୍ଟେସନରେ ସାଧାରଣଙ୍କ ପାଇଁ ସେଲଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details