ଭୁବନେଶ୍ବର:ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଇ-ଭେଇକିଲ ଚଳାଚଳ ନେଇ ନୀତିଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏ ନେଇ ମଧ୍ୟ ଗ୍ୟାଜେଟ ନୋଟିଫିକେସନ ପ୍ରକାଶ କରିବା ସହ ରିହାତି ବ୍ୟବସ୍ଥା ସରକାର ଘୋଷଣା କରିଛନ୍ତି । ତେବେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଚାଲିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ଚାଲିଛି ପ୍ରକ୍ରିୟା: ପରିବହନ ମନ୍ତ୍ରୀ - ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା
ରାଜ୍ୟରେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ...
ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ଚାଲିଛି ପ୍ରକ୍ରିୟା: ପରିବହନ ମନ୍ତ୍ରୀ
ପରିବହନ ମନ୍ତ୍ରୀଙ୍କ କହିବା ଅନୁସାରେ ଯିଏ ଇ-ଭେଇକିଲ କିଣିବ ରାଜ୍ୟ ସରକାର ତାଙ୍କୁ ପ୍ରୋତ୍ସାହନ ଦେବେ । ନୂଆ ଆଇନ ଆସିବା ପରେ ନୀତିଗତ ନିଷ୍ପତ୍ତି ହୋଇଛି । ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ନେଇ ବିଭାଗୀୟ ଆଲୋଚନା ଚାଲିଛି । ନିର୍ଦ୍ଧିଷ୍ଟ କେତେ ବ୍ୟବଧାନରେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରାଯିବ, ସେ ନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Oct 7, 2021, 4:45 PM IST