ଭୁବନେଶ୍ବର: ନକଲି ଆଇଡିରେ ଅସଲି ଟ୍ରେନ ଟିକେଟ । ଆରପିଏଫ ହାତରେ ମାଷ୍ଟରମାଇଣ୍ଡ ଠକ । ଇ-ଟିକେଟ ଠକେଇରେ ଆଉ ଏକ ଖୁଲାସା । ଭୁବନେଶ୍ବରରୁ ଧରାପଡିଲା ମାଷ୍ଟରମାଇଣ୍ଡ । ନକଲି ଆଇଡି କରି ବୁକ କରୁଥିଲା ରେଳ ଟିକେଟ ।ନିର୍ଦ୍ଧାରିତ ମୂଲ୍ଯ ଠାରୁ ନେଉଥିଲା ଅଧିକ ଟଙ୍କା । ଏଥିପାଇଁ ତିଆରି କରିଥିଲା ନେଟୱାର୍କ ।
ଗ୍ରାହକ ଯୋଗାଯୋଗ ପାଇଁ ରେଳ ଷ୍ଟେସନ ଠାରୁ ଆରମ୍ଭ କରି କାଫେ ଓ କମ୍ପ୍ୟୁଟର ଦୋକାନରେ ରଖିଥିଲା ଦଲାଲ । ୩୦ରୁ ଊର୍ଦ୍ଧ୍ବ ମେଲ୍ ଆଇଡି ତିଆରି କରି ପାସୱାର୍ଡ ଜରିଆରେ ବୁକ କରୁଥିଲା ଟିକେଟ । ଭୁବନେଶ୍ବରରୁ ଆରମ୍ଭ କରି ରାଜ୍ଯ ବାହାର।ବିଭିନ୍ନ ଗନ୍ତବ୍ଯ ସ୍ଥଳ ପାଇଁ ବୁକ କରୁଥିଲା ଆଗୁଆ ଟିକେଟ । ସିଜନ ଦେଖି ନେଉଥିଲା ଟୁର ଟ୍ରାଭେଲସ ଆଡଭାନସ । ତତ୍କାଳ ବା ରିଜର୍ଭେସନ ଟିକେଟ ଡିମାଣ୍ଡ ଦେଖି ଡବଲ ଡିମାଣ୍ଡ କରୁଥିଲା ମୁଲ୍ଯ ।