ଭୁବନେଶ୍ବର:ରାଜଧାନୀର ଗଳିକନ୍ଦିରେ ବେକାବୁ ଅପରାଧ, କେତେବେଳେ ବନ୍ଧୁକରୁ ଗୁଳି ଫୁଟୁଛି ତ ଆଉ କେତେବେଳେ ଛୁରାମାଡ । ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଅପରାଧି ମାନେ ବେଫିକର ହୋଇ ଖୁଲମଖୁଲା ବୁଲୁଛନ୍ତି । କିନ୍ତୁ ଏଥିରେ ରୋକ ଲଗାଇବାରେ ପୋଲିସ ବିଫଳ । ଜେଲଫେରନ୍ତା ଅପରାଧି ଅପରାଧ ଘଟାଉଥିବା ବେଳେ କ୍ରାଇମ କଣ୍ଟ୍ରୋଲକୁ ନେଇ ସିନିୟର ଅଫିସରଙ୍କ ଚିନ୍ତା ବଢିଛି । ତେଣୁ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
କ୍ରିମିନାଲଙ୍କୁ ଟ୍ରାକ ପାଇଁ ଡିଜିଟାଲ ସିଷ୍ଟମ ଇ-ପ୍ରିଜନ ଆପ ଆରମ୍ଭ ହୋଇଛି । ଏହା ଜରିଆରେ ଜେଲ ଫେରନ୍ତାଙ୍କୁ ଉପରେ ରଖାଯିବ ନଜର । ଏନେଇ ନୂତନ ଇ-ପ୍ରିଜନ ଆପର ତାଲିମ ନେଲା ପୋଲିସ । ତୁରନ୍ତ ଥାନା ସ୍ଥରରେ ଲାଗୁ କରି ଅପରାଧିଙ୍କ ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ । ଡିସିପି ଅଫିସରେ ସବୁ ଥାନାର ଏସଆଇଙ୍କୁ ଏହି ତାଲିମ ଦିଆଯାଇଛି । ଇ-ପ୍ରିଜନ ଆପରେ କିପରି ଜେଲ ଫେରନ୍ତାଙ୍କ ରେକର୍ଡ ପାଇବେ, ଡିଜିଟାଲ ମୋଡ ଜରିଆରେ କିପରି ହାଜିର ଉପରେ ଧ୍ୟାନ ରଖିବେ, କେଉଁ ଅପରାଧି କୁଆଡେ ଯାଉଛନ୍ତି,କେଉଁ କାମରେ ନିୟୋଜିତ ହେଉଛନ୍ତି, ଅପରାଧିଙ୍କୁ ଥାନାରେ ହାଜିର ଜରିଆରେ ରେକର୍ଡ ମେଣ୍ଟେନ ସହ ହାର୍ଡକୋର କ୍ରିମିନାଲଙ୍କ ଗତିବିଧି ଉପରେ ନଜର ରଖିବାକୁ ଏନେଇ ତାଲିମ ଦିଆଯାଇଛି।