ଓଡିଶା

odisha

ETV Bharat / city

ଉନ୍ମୋଚନ ହେଲା E-attendance

ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଇ-ଉପସ୍ଥାନ ଉନ୍ମୋଚନ କରିଛନ୍ତି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଅଭିନବ ପଦକ୍ଷେପ ବୋଲି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ....

ଉନ୍ମୋଚନ ହେଲା ଇ- ଉପସ୍ଥାନ
ଉନ୍ମୋଚନ ହେଲା ଇ- ଉପସ୍ଥାନ

By

Published : Jul 30, 2021, 10:42 PM IST

ଭୁବନେଶ୍ବର:ଉନ୍ମୋଚନ ହେଲା ଇ-ଉପସ୍ଥାନ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏହା ଏକ ଅଭିନବ ପଦକ୍ଷେପ । ସ୍କୁଲରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ଏହି ଆପ୍ ମାଧ୍ୟମରେ ଗ୍ରହଣ କରାଯାଇପାରିବ । ଉନ୍ମୋଚନ ଅବସରରେ କହିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ଇ-ଉପସ୍ଥାନ ଆପ୍ ମାଧ୍ୟମରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥାପନ ଅନଲାଇନ୍ ମାଧ୍ୟମରେ ଜଣାପଡିବା ସହ ସେମାନେ କି ପ୍ରକାର ଡିଜିଟାଲ୍ ମାଧ୍ୟମ ଯଥା ସ୍ମାର୍ଟଫୋନ, କମ୍ପ୍ୟୁଟର, ସାଧାରଣ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି ତାହା ମଧ୍ୟ ଜାଣିହେବ । ଏହି ଇ-ଉପସ୍ଥାନ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। ଇ-ଉପସ୍ଥାନ ମାଧ୍ୟମରେ ବିଭାଗର ତଥ୍ୟ ସଂଗ୍ରହ ପ୍ରକ୍ରିୟା ଉନ୍ନତ ଏବଂ ତ୍ଵରାନ୍ବିତ ହୋଇପାରିବ । ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ବିଦ୍ୟାଳୟ ପରିଚାଳନାରେ ସ୍ୱଚ୍ଛତା ଆସିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ଓସେପାର ବିଭିନ୍ନ ପ୍ରଭାଗର ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details